
ଜଟଣୀ,୧୬/୦୩(ଜିଲ୍ଲା ଖବର) : ଜଟଣୀ ନିକଟସ୍ଥ ମାଣିଆଛକ- ବରପଦା ରାସ୍ତାର ସମ୍ରାଟବାର ନିକଟରେଥିବା ଏକ ଝୁମ୍ପୁଡିଘରେ କେହି ଦୁର୍ବୁତ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି । ଫଳରେ ଝୁମ୍ପୁଡିଘରେଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଝୁମ୍ପୁଡିଘରେ ଦିର୍ଘଦିନଠାରୁ ଟୁକୁନା ଦାସ ଓ ତାଙ୍କ ପତ୍ନୀ ରହିଆସୁଥିବା ବେଳେ ଆଜି ଏହି ଘରକୁ କେହି ଦୁର୍ବୁତ ନିଆଁ ଲଗାଇଦେଇଥିବା ନେଇ ଜଟଣୀ ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ମିଳିଛି । ଖବରପାଇ ଜଟଣୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା ବେଳେ ଘରେ ରହିଥିବା ଆସବାବପତ୍ର ପ୍ରଭୃତି ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ୩୦ହଜାର ଟଙ୍କା ମଧ୍ୟରେ କ୍ଷୟକ୍ଷତି ହୋଇଥିବା କୁହାଯାଇଛି
ରୀପୋର୍ଟ, ସଞ୍ଜୀବ କୁମାର


