
ଜଟଣୀ,୧୫/୦୩(ଜିଲ୍ଲା ଖବର) : ଜଟଣୀର ସହରାଚଂଳ ମଧ୍ୟରେ କେହି ଦୁର୍ବୁତ ପୁଣି ଲଗାଇଦେଲେ ନିଆଁ । ସୋମବାର ସଂଧ୍ୟାରେ ଜଟଣୀ ପୈାରପରିଷଦ ଅନ୍ତର୍ଗତ ୱାର୍ଡ ନଂ୧୧ କୁମାରଖାତିଆ ଅଂଚଳରେ ରହିଥିବା କେତେ ବୃକ୍ଷକୁ କେହି ଦୁର୍ବୁତ ନିଆଁ ଲଗାଇଦେଇଥିଲେ । ଫଳରେ ଏକ ଏକରରୁ ଉର୍ଦ୍ଧ୍ୱ ଜମିରେ ରହିଥିବା ବୃକ୍ଷଲଟା ପୋଡି ପାଉଁଶ ହୋଇଯାଇଥିଲା । ଏହା ନିକଟରେ ରହିଥିବା ୮ଟି ଘରର ପରିବାର ଲୋକେ ଭୟଭିତ ହୋଇ ଜିବନବିକଳରେ ରାସ୍ତା ଉପରକୁ ପଳାଇ ଆସିଥିଲେ । ଏନେଇ ଜଟଣୀ ଅଗ୍ନିଶମ ବିଭାଗକୁ ଜଣାଇଦିଆଯାଇଥିଲା । ଖବରପାଇ ଜଟଣୀ ଅଗ୍ନିଶମବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ମାତ୍ର ନିକଟରେ ରହିଥିବା ୮ଟି ପରିବାର ଅଳ୍ପକେ ବର୍ତିଯାଇଥିଲେ । ଏହା ସହିତ ନିଆଁ ଲାଗିଥିବା ନିକଟରେ ରହିଛି ଏକ ଘରୋଇ ସ୍କୁଲ । ମାତ୍ର ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ମିଳିଛି ।
ରୀପୋର୍ଟ ,ସଞ୍ଜୀବ କୁମାର


