
ଆସିକା,୧୫/୦୩(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପୁଡ଼ୁଗେଶ୍ୱର ପଲ୍ଲୀ ଗାଁ ରେ ମୋ ଗାଁ ଯକ୍ଷ୍ମା ମୁକ୍ତ ଅଭିଯାନ ର ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ପୁଗୁଗେଶ୍ୱର ପଲ୍ଲୀ ଗ୍ରାମର ୱାର୍ଡ ମେମ୍ବର ଶ୍ରୀ ରଙ୍କନିଧି ବେହେରା ଓ ଶ୍ରୀମତୀ ଲକ୍ଷ୍ମୀ ନାହାକ, ଆସିକା ମେଡିକାଲର ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ସଂଗୀତା ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରେମଲତା ସାହୁ ଏବଂ ପୁରୁଷ ସ୍ଵାସ୍ତ୍ୟ କର୍ମୀ ମନୋଜ କୁମାର ନାୟକ, ଆଶା ଦିଦି ସବିତା ସ୍ୱାଇଁ ଙ୍କ ସମେତ ଗ୍ରାମର S. H. G ମେମ୍ବରଙ୍କ ଉପସ୍ଥିତିରେ ସଭା ଓ ରାଲିର ଅନୁଷ୍ଠିତ ହୋଇଥିଲା I

ଏହି ବୈଠକରେ ଟିଭି ରୋଗ କଣ ଏହା କିପରି ବ୍ୟାପେ ଓ ଏହାର ନିରାକରଣ ବିଷୟରେ ଆଲୋଚନା କରିବା ସହିତ ବିଗତ ଚାରି ବର୍ଷ ଧରି ଏହି ଗାଁ ରୁ କୌଣସି ଟିଭି ରୋଗୀ ବାହାରି ନାହିଁ l ସେହିଭଳି ଆଗାମୀ ଦିନରେ ମଧ୍ୟ ଆଶାଦିଦି ଓ ଅଙ୍ଗନବାଡ଼ି ଦିଦି ଘରକୁ ଘର ବୁଲି ଟିଭି ରୋଗର ଲକ୍ଷଣ ଥିବା ଲୋକଙ୍କ କଫ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରି କଫ ନମୁନା ଆସିକା ମେଡିକାଲରେ ପରୀକ୍ଷା କରାଯିବା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା l ଯଦି ଗ୍ରାମର କୌଣସି ଲୋକଙ୍କ ଟିଭି ରୋଗ ଆକ୍ରାନ୍ତ ହୋଇନଥିବେ ତେବେ ସରକାର ଏହି ଗାଁ କୁ ଟିଭି ମୁକ୍ତ ଗ୍ରାମ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି l


