Thursday, November 12, 2026
Home ଆଞ୍ଚଳିକ ୧୦ କୋଟି ଦେଶବାସୀଙ୍କ ଜୀବନ ବଦଳାଇବାକୁ ପ୍ରତିଜ୍ଞା ନେଇଛନ୍ତି ସୋନୁ ସୁଦ୍

୧୦ କୋଟି ଦେଶବାସୀଙ୍କ ଜୀବନ ବଦଳାଇବାକୁ ପ୍ରତିଜ୍ଞା ନେଇଛନ୍ତି ସୋନୁ ସୁଦ୍

33

ନୂଆଦିଲ୍ଲୀ,୧୫/୦୩/୨୧ (ଜିଲ୍ଲା ଖବର) : ବଲିଉଡ  ଅଭିନେତା ସୋନୁ ସୁଦ୍ ଏବେ ନିଜକୁ ସମାଜ ସେବାରେ ବ୍ୟସ୍ତ ରଖିଛନ୍ତି । ଅସହାୟ  ଲୋକଙ୍କୁ ସାହାଯ୍ୟ କରିବାକୁ,  ସର୍ବଦା ଆଗକୁ ବଢିଥାନ୍ତି ସୋନୁ ସୁଦ୍ । ଲକଡାଉନ୍ ସମୟରୁ ଆଜି  ପର୍ଯ୍ୟନ୍ତ, ତାଙ୍କର ଏହି ପ୍ରୟାସ ଜାରି ରହିଛି । ତେବେ ବର୍ତ୍ତମାନ୍ ସେ ୧ ଲକ୍ଷ  ଚାକିରି ଦେଇ ୧୦ କୋଟି ଦେସବାସୀଙ୍କ ଜୀବନ ବଦଳାଇବାକୁ ପ୍ରତିଜ୍ଞା ନେଇଛନ୍ତି । ସେ ତାଙ୍କର ଏହି ମହତ୍ୱପୂର୍ଣ୍ଣ ଯୋଜନା ବିଷୟରେ, ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ତାଙ୍କର ଟ୍ୱିଟର ଆକାଉଂଟ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏକ ଯୋଜନା ଅନୁଯାୟୀ ସେ ୧ ଲକ୍ଷ ବେରୋଜଗାର ଲୋକଙ୍କୁ ରୋଜଗାର ଦେବେ । ଏହାଦ୍ୱାରା ବେକାରୀ ସମସ୍ୟା ହ୍ରାସ କରାଯାଇପାରିବ । ଏହା ସହିତ ୧ ଲକ୍ଷ ଲୋକଙ୍କ ସହ ଜଡିତ ୧୦ କୋଟି  ଜୀବନ ବଦଳିଯିବ ।ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, ‘ନୂଆ ବର୍ଷ , ନୂଆ ଆଶା । ନୂଆ ଚାକିରୀର ସୁଯୋଗ….ଆଉ ଏହି ସୁଯୋଗକୁ ଆପଣଙ୍କ ନିକଟକୁ ଆଣିବି । ପ୍ରବାସୀ ରୋଜଗାର ଏବେ ଗୁଡ ୱର୍କର୍ । ଆଜିହିଁ ଗୁଡ୍ ୱର୍କର ଆପ୍ଲିକେସନକୁ ଡାଉନଲୋଡ କରନ୍ତୁ  ଏବଂ  ଭଲ ଆସନ୍ତାକାଲିକୁ ଅପେକ୍ଷା କରନ୍ତୁ ‘ । ଏଥିପାଇଁ ଏକ ଆପ୍ଲିକେସନ୍ ଡାଉନଲୋଡ କରିବାକୁ ସେ କହିଛନ୍ତି ।