Sunday, November 15, 2026
Home ଆଞ୍ଚଳିକ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପାଣି ପାଇଁ ହାହାକାର: ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପାଣି ପାଇଁ ହାହାକାର: ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ

18

ବ୍ରହ୍ମପୁର,୧୫/୦୩/୨୧ (ଜିଲ୍ଲା ଖବର) : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ପାଣି ପାଇଁ ହାହାକାର । ନିର୍ବାଚନ ବୈତରଣୀ ପାର ହେବାକୁ ୪୮୮ କୋଟି ଟଙ୍କାର ଜାନୀବିଲି ପାଣିପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦଘାଟନ ମଧ୍ୟ କରାଯାଇଥିଲା । ୫୪ଟି ଗ୍ରାମ ସମେତ ସମଗ୍ର ବ୍ରହ୍ମପୁର ସହରକୁ ପାନୀୟ ଜଳ ମିଳିଥିଲା ବୋଲି ସରକାର ଘୋଷଣା କରିଥିଲେ ।

କିନ୍ତୁ ୪୮୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ନାମରେ ଆସିଛି ଗୁରୁତର ଅଭିଯୋଗ । ଯେଉଁଠି ୪୮୮ କୋଟି ଟଙ୍କାର ଜାନିବିଲି ପ୍ରକଳ୍ପ ହୋଇଛି ସେହି ଅଞ୍ଚଳକୁ ହିଁ ପାନୀୟ ଜଳ ମିଳୁନି । ୫ ବର୍ଷ ହୋଇଗଲା ପ୍ରକଳ୍ପକୁ । ଅଞ୍ଚଳରେ ପାଣି ପହଞ୍ଚି ପାରିଲା ନାହିଁ । ଦୁଇଦିନ ହେଲା ଏହି ଖବର ଅର୍ଗସରେ ପ୍ରସାରଣ ହେଉଛି । ତେବେ ଆଜି ପୁରା ଅଞ୍ଚଳର ଶହ ଶହ ଗ୍ରାମବାସୀ ଜଗଦଳପୁରଠାରେ ଥିବା ଜାନୀବିଲି ପ୍ରକଳ୍ପ ନିକଟରେ ଆନ୍ଦୋଳନ କରିଛନ୍ତି । ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଛନ୍ତି । ସମ୍ପୂର୍ଣ୍ଣ ପ୍ରକଳ୍ପ ଏବଂ ବ୍ରହ୍ମପୁରକୁ ରାସ୍ତାରୋକ କରିଛନ୍ତି ।