
୧୫/୦୩/୨୧ (ଜିଲ୍ଲା ଖବର) : ପ୍ରତିଦିନ ରୋଷେଇ ଘରେ ରୋଷେଇ କରିବା ପରେ, ରୋଷେଇ କରୁଥିବା ସମସ୍ତ ସାମଗ୍ରୀର ଉପଯୁକ୍ତ ଯତ୍ନ ନେବା ଜରୁରୀ । ନଚେତ୍ ସମସ୍ତ ସାମଗ୍ରୀରେ ମଇଳା ଜମିବା ସହିତ , ଚମକ କମିଯାଇଥାଏ । ତେବେ ଆସନ୍ତୁ ଜାଣିବା ରୋଷେଇ ଘର ବିଷୟରେ କିଛି ଜାଣିବା କଥା ।
-ଗ୍ରାଇଣ୍ଡର ଜାର୍ରେ ଅଳ୍ପ ଉଷୁମ୍ ପାଣି ନେଇ, ସେଥିରେ ବାସନ ମାଜୁଥିବା ଲିକୁଇଡ୍ ନେଇ ଅଳ୍ପ ସମୟ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ରାଇଣ୍ଡର ଜା୍ରକୁ ସଫା ପାଣିରେ ଭଲଭାବେ ଧୋଇବେ । ଦେଖିବେ ଗ୍ରାଇଣ୍ଡର ଜାର୍ର ଏକଦମ୍ ଚମକ ଆସିବ ।
-ବେସିନ ଅପରିଷ୍କାର ହୋଇ ବେସିନର ଚମକ ଚାଲି ଯାଇଥିଲେ , ଏକ ସ୍କ୍ରବର ନେଇ ସେଥିରେ ଅଳ୍ପ ହ୍ୱାଇଟ୍ କଲର ଟୁଥ୍ ପେଷ୍ଟ ଲଗାଇ ବେସିନକୁ ହାଲ୍କା ହାତରେ ଅଳ୍ପ ସମୟ ଘଷି , ଥଣ୍ଡା ପାଣିରେ ଧୋଇ ସଫା କରିବେ । ଏପରି କରିବା ଦ୍ୱାରା ଚମକ ହଜିଯାଇଥିବା ବେସିନରେ ଚମକ ଆସିଥାଏ ।
-ରୋଷେଇ ଘର ସଫା କରୁଥିବା କପଡା ଅଧିକ ଦିନ ହୋଇଗଲେ ହାତକୁ ଚିପ୍ଚିପ୍ ଲାଗିବା ସହିତ, ସେଥିରୁ ଗନ୍ଧ ନିର୍ଗତ ହୋଇଥା ଏ । ତେବେ ଏପରି ହେଉଥିଲେ, ଏକ ପାତ୍ରରେ କିଛି ଗରମ ପାଣି ନେଇ, ସେଥିରେ ଯେ କୌଣସି ଶାମ୍ପୁ ମିକ୍ସ କରି , ସେଥିରେ ରୋଷେଇ ଘର ସଫା କରୁଥିବା କପଡା ପକାଇ କିଛି ସମୟ ବତୁରାଇବେ । ଏହାପରେ ସେହି କପଡାକୁ କାଚି ସଫା କରିବେ ।
-ଡବାରେ ବିସ୍କୁଟ ରହି ନରମ ହୋଇ ଯାଉଥିଲେ, ବିସ୍କୁଟ ରଖିଥିବା ଡବାରେ ଏକ ସାଧା ପେପର୍ରେ କିଛି ଚାଉଳ ଗୁଡାଇ, ସେହି ପୁଡିଆକୁ ବିସ୍କୁଟ ଡବାରେ ରଖଯିବା ଦ୍ୱାରା, ବିସ୍କୁଟ ନରମ ହୋଇନଥାଏ ।


