Wednesday, October 14, 2026
Home ଆଞ୍ଚଳିକ ଦ୍ୱିତୀୟ ଦିନରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଦ୍ୱିତୀୟ ଦିନରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

44


ଆସିକା,୫/୧୦ (ଖିରୋଦ ଚନ୍ଦ୍ର ବେହେରା) : ଆସିକା ବ୍ଲକ ଅଧିନ ସିଦ୍ଧନଇ ଓ ଭେଟନଇ ପଚାଂୟତ ଗ୍ରାମ ଗୁଡିକରେ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଟିତ ହୋଇଥିଲା । ବ୍ଲକର ସିଦ୍ଧନଇ, ଅତରଙ୍ଗ,ମହାରାଜପୁର,ବାଦଗଡ ପଦଯାତ୍ରା ହୋଇଥିବା ବେଳେ ଅନୁରୁପ ଭେଟଇନ ପଚାଂୟତର ଭେଟନଇ, ପଲ୍ଲିମାଳ, ଦାସନାପଲ୍ଲୀ ପ୍ରମୁଖ ଗ୍ରାମରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଥିଲା । ପ୍ରତ୍ୟେକ ଗ୍ରାମକୁ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲୀକ, ଉପାଧ୍ୟକ୍ଷା ସୁଜାତା ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଲକ ଉପାଧ୍ୟକ୍ଷା ସଙ୍ଗିତା ସ୍ୱାଇଁ, ଜିଲ୍ଲା ପରିଷଦ ଶିବ ଶଙ୍କର ମହାନ୍ତି, ଜିଲ୍ଲା ପରିଷଦ କୋକରାମ ଜେନା, ଦିଲ୍ଲିପ କୁମାର ପାଣି ଗ୍ରାହି, ଏସିଏମପିସିଏସ ସଭାପତି ସୂର୍ଯ୍ୟକାନ୍ତ ପରିଡା, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସମ୍ପାଦକ ବି.ମନୋଜ କୁମାର ଦୋରା, ବିଜୁ ଛାତ୍ର ଜନତା ଦଳ ନଗର ସଭାପତି ନିଗମାନନ୍ଦ ରାଉତ, ଯୁବ ବିଜେଡି ନେତା ଅନିଲ କୁମାର ନାୟକ, ବରଗାଁ ସମିତି ସଭ୍ୟ ସନ୍ୟାସି ନାହାକ, ଭଜରାମ ସ୍ୱାଇଁ, ଅଭିମନ୍ୟୂ ନାହାକ, ଅମୁଲ୍ୟ ଉପାଧ୍ୟୟ, ଟୁକୁନା ନାହକ, ଅନ୍ତର୍ଯ୍ୟାମି ଦାଶ, ଟୁନା ପାତ୍ର ପ୍ରମୁଖ ଯୋଗ ଦେଇ ନବିନ ବାବୁଙ୍କ ପଚଂମ ଥର ମୁଖ୍ୟମନ୍ତ୍ରୀ କାଳରେ ବହୁ ଜନହିତକର କାର୍ଯ୍ୟ ହେବା ସହ ବିଭିନ୍ନ ଯୋଜନାରୁ ବଚିଂତ ଗ୍ରାମର ପ୍ରକୃତ ହିତାଧିକାରୀ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଓ ଗ୍ରାମ ଗୁଡିକରେ ଥିବା ଅନୁଷ୍ଠାନର ଅସମ୍ପୂର୍ଣ୍ଣ କାର୍ଯ୍ୟ ଓ ବହୁ ପ୍ରକଳ୍ପ ଗୁଡିକୁ ପର୍ଯ୍ୟାୟକ୍ରମେ ସାରିବା ପାଇଁ ବିଧାୟିକା ପ୍ରତିଶୃତି ପ୍ରଦାନ କରିଥିଲେ ।