Home ଆଞ୍ଚଳିକ କେନ୍ଦୁଝର କନ୍ତାଳ ଗ୍ରାମରେ ଜନନୀ ଯନ୍ତ୍ରଣା, ଷ୍ଟ୍ରେଚରରେ ୨ କିଲୋମିଟର ବୁହାହେଲେ ଗର୍ଭବତୀ

କେନ୍ଦୁଝର କନ୍ତାଳ ଗ୍ରାମରେ ଜନନୀ ଯନ୍ତ୍ରଣା, ଷ୍ଟ୍ରେଚରରେ ୨ କିଲୋମିଟର ବୁହାହେଲେ ଗର୍ଭବତୀ

9

କେନ୍ଦୁଝର,୧୫/୦୩/୨୧ (ଜିଲ୍ଲା ଖବର) : ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । କେନ୍ଦୁଝର ଜିଲ୍ଲାର ଗୌୟଲ ମୁଣ୍ଡା ଗ୍ରାମପଞ୍ଚାୟତ କନ୍ତଳା ଗ୍ରାମ ଏଭଳି ଘଟଣା ଦେଖିବାକୁ ମିଳିଛି ।  ଗ୍ରାମର ସୀତା ବିରୁଆ  ନାମକ ଜଣେ ଗର୍ଭବତୀଙ୍କ ସ୍ୱାସ୍ଥ ଅବସ୍ତା ଗୁରୁତର ହବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ ।  ହେଲେ ଉକ୍ତ ଗ୍ରାମକୁ ଭଲ ରାସ୍ତା ନ ଥିବାରୁ  ୧୦୮ ଆମ୍ବୁଲାନ୍ସ ଟି ଗାଁ ଠାରୁ ୨ କିଲୋମିଟର ଦୂରରେ ଅଟକି ଯାଇଥିଲା ।ସେଠାରେ ନେଟୱର୍କ ନ ଥିବାରୁ ଯୋଗାଯୋଗ ର କୌଣସି ସୁବିଧା ହୋଇପାରିଲା ନାହିଁ ।  ଫଳରେ ଷ୍ଟ୍ରେଚୋର ଧରି ଆମ୍ବୁଲାନ୍ସ କରତ୍ମଚାରୀ ଗର୍ଭବତୀଙ୍କୁ ବୋହି ଆଣିଥିଲେ । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ବୁହା ହୋଇଥିଲା । ପରେ ଆମ୍ବୁଲାନ୍ସ ଯୋଗେଁ ଗର୍ଭବତୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।