Wednesday, November 11, 2026
Home ଆଞ୍ଚଳିକ ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ବେଳେ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ବେଳେ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

6

ଭୁବନେଶ୍ୱର,୧୫/୦୩/୨୧ (ଜିଲ୍ଲା ଖବର) :  ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି ।  ତ୍ରିପାଠୀ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ଭୋର ସମୟରେ  ଆନ୍ଧ୍ରର ସୋମପେଟା ନିକଟରେ ବସଟି ଏକ ଟିପରକୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଛି ।  

ଟିପର ସହ ବସର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ବସ୍ ହେଲପର୍ । ତାଙ୍କର ପରିଚୟ ଜଣା ପଡିନି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।