Friday, November 13, 2026
Home ଆଞ୍ଚଳିକ ଟ୍ରୀ ଫାଉଣ୍ଡେସନ ଦ୍ୱାରା ନେହୁରୁ ଯୁବ କେନ୍ଦ୍ରର ମିଳିତ ସହଯୋଗରେ “ସ୍ଵଚ୍ଚ ଗ୍ରାମ, ସବୁଜ...

ଟ୍ରୀ ଫାଉଣ୍ଡେସନ ଦ୍ୱାରା ନେହୁରୁ ଯୁବ କେନ୍ଦ୍ରର ମିଳିତ ସହଯୋଗରେ “ସ୍ଵଚ୍ଚ ଗ୍ରାମ, ସବୁଜ ଗ୍ରାମ”କର୍ମଶାଳା

28

ଶେରଗଡ,୧୪/୦୩(ଜିଲ୍ଲା ଖଵର) : ଶେରଗଡ଼ ଠାରେ ଟ୍ରୀ ଫାଉଣ୍ଡେସନ ଦ୍ୱାରା ନେହୁରୁ ଯୁବ କେନ୍ଦ୍ରର ମିଳିତ ସହଯୋଗରେ “ସ୍ଵଚ୍ଚ ଗ୍ରାମ, ସବୁଜ ଗ୍ରାମ”କର୍ମଶାଳା ଅନୁଷ୍ଠିତ ହୋଇଯାଇଥିଲା l ଏଥିରେ ଗଞ୍ଜାମ ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ଅକ୍ଷୟ ନୀପାଣେ ସ୍ଵଚ୍ଚ ଗ୍ରାମ ଉପରେ ଆଲୋକପାତ କରିଥିଲେ, ବରଗଛ ସୁରକ୍ଷା ସମିତି ଅଧକ୍ଷ ଶ୍ରୀ ଲୋକନାଥ ପରିଡା ପରିବେଶ ଉନ୍ନତି ଓ ବ୍ୟବହୃତ ଜଳକୁ ପୁନଃ ବ୍ୟବହାର ନିମନ୍ତେ ପ୍ରବତାଇ ଥିଲେ , ବନବିଭାଗ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମିଶ୍ର ଜଙ୍ଗଲ ସୁରକ୍ଷା ଏବଂ ନୂତନ ଜଙ୍ଗଲ ନିର୍ମାଣ ଉପରେ ଆଲୋଚନା କରିଥିଲେ ଏଥିସହ ବିଜୁ ପଟ୍ଟନାୟକ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ଗୌରହରି ବିଷୋୟୀ ଯୋଗଦେଇ ସ୍ୱଚ୍ଛତା, ସୁସ୍ଥତା ଏବଂ ବୃକ୍ଷ ରୋପଣ ଓ ତାର ସୁରକ୍ଷା ହିଁ ଜୀବନର ମୂଳମନ୍ତ୍ର ହେବା ଆବଶ୍ୟକ l ଅଂଚଳର ଯୁବବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଶେଷରେ ଟ୍ରୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମ୍ପାଦକ ନିରାକାର ବିଷୋୟୀ କାର୍ଯ୍ୟକ୍ରମର ସଫଳ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ