
ଆସିକା/୦୩(ଜିଲ୍ଲା ଖବର) : ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ପ୍ରବର୍ତ୍ତିତ ବିଜୁ କନ୍ୟାରତ୍ନ ଯୋଜନା ଅନ୍ତର୍ଗତରେ କନ୍ୟା ସନ୍ତାନକୁ ପ୍ରୋତ୍ସାହୀତ କରୁଥିବା କାର୍ଯ୍ୟକ୍ରମ ” ମୋ ଗେଲ୍ହା ଝିଅ ” ଆଜି ବଡଖୋଲି ପଞ୍ଚାୟତର ସାନ୍ତରାପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ୧ ନମ୍ବର ଯୋନର ଜିଲ୍ଲା ପରିଷଦ କୋକରାମ ଜେନା ଯୋଗ ଦେଇଥିଲେ । ସାନ୍ତରାପୁର
ଗ୍ରାମର ମାତା ଓ ପିତା ଶିଶୁକନ୍ୟାଙ୍କୁ ” ମୋ ଗେହ୍ଲା ଝିଅ ” ଭାବେ ବନ୍ଦାପନା କରି ସମ୍ମାନିତ କରା ଯାଇଥିଲା। ଏକ ନମ୍ବର ଯୋନର ଜିଲ୍ଲା ପରିଷଦ ଗେହ୍ଲା ଝିଅଙ୍କୁ କିଛି ରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳି ମୁନୀ,୨ ଅଙ୍ଗନବାଡି କର୍ମୀ ମମତା ଜେନା,,ଆଶା କର୍ମୀ ଏବଂ ସହାୟିକା ଅଂଶ ଗ୍ରହଣ କରି ସହଯୋଗ କରିଥିଲେ।







