Tuesday, November 17, 2026
Home ଆଞ୍ଚଳିକ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମିତି ୩୪ ତାଲୁକା ବୈଠକ

ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମିତି ୩୪ ତାଲୁକା ବୈଠକ

47

ବୁଗୁଡା,୧୪/୦୩(ଜିଲ୍ଲା ଖବର) : ବିଶ୍ୱକର୍ମା ଜାତି ଅତି ପ୍ରାଚୀନ ତଥା ବହୁ ଐତିହ୍ୟ ପୂର୍ଣ୍ଣ । ଏକଦା ଭଞ୍ଜ ରାଜବଂଶ ରାଜୁତି କାଳରେ ବୁଗୁଡାରେ ପ୍ରତିଷ୍ଠିତ ବିରଞ୍ଚି ନାରାୟଣ ମନ୍ଦିରକୁ କାରୁକାର୍ଯ୍ୟ ମଣ୍ଡିତ କରି ଏବଂ ଭଞ୍ଜରାଜାକୁ କାଠ କଣ୍ଢେଇ ଦ୍ୱାରା ଚାପୁଡା ମାରିଥିବା ଏଇ ଜାତିର ଶିଳ୍ପୀ ଯୋଗୀ ମହାରଣାଙ୍କ ଜନ୍ମ ମାଟି ହେଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର । ଏଠିକାର ବିଶ୍ୱକର୍ମା ଭବନରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମିତି (୩୪ତାଲୁକା) ପକ୍ଷରୁ ବିଭିନ୍ନ ତାଲୁକାରୁ କର୍ମକର୍ତ୍ତାମାନେ ଯୋଗଦେଇ ଶିଳ୍ପୀଙ୍କ ସଂପର୍କେ ଆଲୋଚନା କରିବା ସଂଗେ ସଂଗେ କୁଳ ସମାଜର ଏକତା ପାଇଁ ମତ ପ୍ରକାଶ କରିଥିଲେ । ମହୁରୀ ତାଲୁକା ସଭାପତି ସିମାଞ୍ଚଳ ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ୩୪ ତାଲୁକା ସଂପାଦକ କିଶୋର ଚନ୍ଦ୍ର ମହାରଣା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଘୁମୁସର ତାଲୁକା ସଂପାଦକ ରତ୍ନାକର ମହାରଣା ସଭା ସଂଯୋଜନା କରିଥିବା ବେଳେ ମଞ୍ଚାସୀନ ଅତିଥି ଭାବେ ପୂର୍ବଖଣ୍ଡ ସଭାପତି ଅଜୟ ମହାରଣା, ଘୁମୁସର ସଭାପତି ସୂର୍ଯ୍ୟନାରାୟଣ ମହାରଣା, ରାଜଶ୍ରୀ ପ୍ରଭାକର ମହାରଣା, କୋରାପୁଟ ସଭାପତି ତାରିଣୀ ମହାରଣା, ମହୁରୀ ସଂପାଦକ ମହେଶ୍ୱର ମହାରଣା ପ୍ରମୁଖ ଯୋଗ ଦେଇ ବିଶ୍ୱକର୍ମା ସମାଜର ଏକତା ଓ ଗୌରବ ସକାଶେ ୩୪ ତାଲୁକା ମହାଧିବେଶନ ଅତି ଜରୁ୍ରୀ ବୋଲି କହିଥିଲେ । ପ୍ରାୟତଃ ଦଶଟି ତାଲୁକାର କର୍ମକର୍ତ୍ତା ସମେତ ରାଜଶ୍ରୀମାନେ ସର୍ବସମ୍ମତି ପ୍ରକାରେ ସିମାଞ୍ଚଳ ମହାରଣାଙ୍କୁ ଅଧ୍ୟକ୍ଷ ଓ ଅଜୟ ମହାରଣାଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଗଲା । ଉପସ୍ଥିତ ବିଭିନ୍ନ ତାଲୁକାରୁ ରାଜଶ୍ରୀ, ସଭାପତି, ସଂପାଦକ ସମେତ ଅନ୍ୟ ଚାରି ଜଣ ଲେଖାଏଁ ସଦସ୍ୟ ଆବାହକ କମିଟିରେ ସାମିଲ କରାଗଲା । କାର୍ଯ୍ୟକ୍ରମରେ ଘୁମୁସର ସହସଂପାଦକ କୃଷ୍ଣମୂର୍ତ୍ତି ମହାରଣା, ଉପଦେଷ୍ଟା ପ୍ରାଣକୃଷ୍ଣ ମହାରଣା, ସଭ୍ୟ ସନ୍ନ୍ୟାସୀ ମହାରଣା ସହଯୋଗ କରିଥିବା ବେଳେ ଘୁମୁସର ତାଲୁକାର ସମସ୍ତ କର୍ମକର୍ତ୍ତା ଓ ବାଲିପଦର କୁଳ ଭାଇମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଆଗାମୀ ଦିନରେ ଅତି ଶୀଘ୍ର ଶିଳ୍ପୀ ଯୋଗୀ ମହାରଣାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସକାଶେ ୩୪ ତାଲୁକା ସଂଗଠକମାନେ ମନ୍ତବ୍ୟ ଦେଇଥିବା ଯୋଗୁଁ ଶିଳ୍ପୀ ଯୋଗୀ ମହାରଣା ଫାଉଣ୍ଡେସନ୍ ତରଫରୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।