
ଜଟଣୀ,୧୪/୦୩(ଜିଲ୍ଲା ଖବର) : ହରିଭାଇନାଛକଠାରେ ଏକ କାର ଦୁର୍ଘଟଣାରେ ଜଣେ ଜୁସ ଦୋକାନୀ ଗୁରୁତର ଆହତ ହୋଇଛନ୍ତି । ଜଟଣୀ ଅଂଚଳର ସନ୍ତୋଷ କୁମାର ମହାପାତ୍ର ରବିବାର ଅପରାହ୍ନ ୩ଟା ସମୟରେ କାର ନଂ ଓଡି୦୨ଜେ ୪୩୪୫ ଯୋଗେ କଲେଜରୋଡରେ ହରିଭାଇନାଛକ ଅଭିମୁଖେ ଆସୁଥିଲେ । ମାତ୍ର ଏହି ସମୟରେ ତାଙ୍କ ମୋବାଇଲକୁ ଏକ ଫୋନ ଆସିଥିଲା । ସନ୍ତୋଷ ଫୋନରେ କଥା ହୋଇ ଗାଡି ଚଳାଇବାକୁ ଆରମ୍ଭ କରିଥିଲେ । ମାତ୍ର ଅନ୍ୟମନସ୍କ ରହିଥିବା ଅବସ୍ଥାରେ ହରିଭାଇନାଛକଠାରୁ ଅନତିଦୁରରେଥିବା ଡିଭାଇଡରକୁ ଦେଖି ସନ୍ତୋଷ ହଡବଡେଇଯାଇଥିଲେ । କାରଟି ଦ୍ରୁତଗତିରେ ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିନପାରି ଡାହାଣପଟ ରାସ୍ତା ରଙ୍ଗରୁଟରେ ଯାଇ ରାସ୍ତାକଡରେଥିବା ଏକ ଜୁସ ଦୋକାନରେ ପସିଯାଇଥିଲା । ତେବେ ଏହି ରାସ୍ତାକଡରେ ସ୍ଥାନୀୟ ଅଂଚଳର ମହେନ୍ଦ୍ର ବେହେରା ନାମକଜଣେ ବ୍ୟକ୍ତି ସ୍କୁଟିନଂ ଓଡି ୦୨ଏନ ୪୧୯୪କୁ ରଖି କିଣାକିଣି କରୁଥିବା ବେଳେ ପ୍ରଥମେ କାରଟି ଏହି ସ୍କୁଟିକୁ ମାଡ କରିଥିଲା । ଫଳରେ ସ୍କୁଟିଟି ଛିଟିକି ପଡିଯାଇଥିବା ବେଳେ ନିକଟରେଥିବା ଜୁସ ଦୋକାନରେ କାରଟି ପଶିଯାଇଥିଲା । ଉକ୍ତ ଜୁସ ଦୋକାନରେ ଦୋକାନୀଙ୍କ ପୁଅ ବନ୍ଦେସ ସୋନକର(୧୮) ବସିଥିବା ବେଳେ ତାଙ୍କ ଉପରେ କାରଟି ମାଡ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା ।
ରୀପୋର୍ଟ,ସଞ୍ଜୀବ କୁମାର


