
ଭୁବନେଶ୍ୱର,୧୪/୦୩(ଜିଲ୍ଲା ଖବର) : ଯାଁଳା ଫାଣ୍ଡି ପରିସରରେ ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାର ତଦନ୍ତ କରିବେ ମହିଳା ଥାନାର ଜଣେ ଇନିସ୍ପେକ୍ଟର। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । କାର ଭିତରୁ ମହିଳାଙ୍କ ମୃତଦେହ ମିଳିବା ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ପୁଲିସ କମିଶନର। ଏମ୍ସ ପୋଷ୍ଟମର୍ଟମ ରିପୋର୍ଟରୁ ମହିଳାଙ୍କର ଯକ୍ଷ୍ମାରେ ସ୍ୱାଭାବିକ ମୃତ୍ୟୁ ଜଣାପଡ଼ୁଛି ବୋଲି ସିପି ସୂଚନା ଦେଇଛନ୍ତି । ସେପଟେ କିଏ ସେହି ମହିଳା, ତାହା ଜାଣିବାକୁ ହାଇଦ୍ରାବାଦ ପଠାଯାଇଛି କଙ୍କାଳର ନମୁନ।
ରୀପୋର୍ଟ,ସଞ୍ଜୀବ କୁମାର


