Tuesday, November 17, 2026
Home ଆଞ୍ଚଳିକ ବାଲିଗୁଡା ପୋଲିସ ପକ୍ଷରୁ ସ୍ବେତ୍ସାକୃତ ରକ୍ତଦାନ ଶିବିର

ବାଲିଗୁଡା ପୋଲିସ ପକ୍ଷରୁ ସ୍ବେତ୍ସାକୃତ ରକ୍ତଦାନ ଶିବିର

120

ବାଲିଗୁଡା,୧୪/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ପୁଲିସ୍ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବାଲିଗୁଡ଼ା ପୋଲିସ ନୁଆ ରୂପ ରେ ଦିନ କୁ ଦିନ ବିଭିର୍ଣ୍ଣ ପ୍ରକାର ଉର୍ନତି ମୂଳକ କାର୍ଯ୍ୟକ୍ରମ କରି ଜନସାଧାରଣ ଙ୍କ ପ୍ରିୟ ହେବା ସହିତ ଅତି ନିକଟତର ହୋଇ ପାରିଛି। ଲକ ଡାଉନ ସମୟରେ କୋରୋନା ର ଆଗରେ ଠିଆ ହୋଇ ଯେମିତି ଅଞ୍ଚଳ ରେ କୋରନା ଦାଉରୁ ବିଶେଷ କ୍ଷୟକ୍ଷତି ଦେବାକୁ ଦେଇ ନ ଥିଲେ ଠିକ ସେହି ପରି ଆଜି କନ୍ଧମାଳ ଏସ୍ ପି ଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ତରଫରୁ ସ୍ବେତ୍ସାକୃତ ରକ୍ତ ଦାନ ସିବିର କରି ପୁଣି ସୁନାମଧନ୍ୟ ହୋଇ ପାରିଛି । ଏହି କାର୍ଯ୍ୟକ୍ରମରେ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଶିବିରର ଶୁଭାରମ୍ଭ କରିଥିବାବେଳେ ସମ୍ମାନିତ ଭାବେ ବାଲିଗୁଡ଼ା ଏସଡିପିଓ ମନୋଜ କୁମାର ପୂଜାରୀ,ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଓ ଶାନ୍ତି ମୈତ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନା ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ଫୁଲବାଣୀ ରକ୍ତ ଭଣ୍ଡାରର ଡାକ୍ତର ଜୟଦୀପ୍ ଘୋଷ ଓ ସେଚ୍ଛାସେବୀ ପ୍ରଶାନ୍ତ କୁମାର ବେହେରା ରକ୍ତଦାନ ଶିବିର ପରିଚାଳନା କରିଥିବାବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ବାଲିଗୁଡ଼ା ଥାନାର ସମସ୍ତ କର୍ମଚାରୀ,
ବିଭିନ୍ନ ଯୁବ ସଙ୍ଗଠନ, ସ୍ବେଚ୍ଛାସେବୀ, ସାମ୍ବାଦିକ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ । ଅପରାହ୍ନ 3 ଟା ଯାଏ 102 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି | ଜିଲ୍ଲାରେ କେହି ରକ୍ତ ଅଭାବରୁ ନମରୁ ଏଥିପାଇଁ ଆମର ଏହି ପ୍ରୟାସ I ପୁଲିସ୍ ସବୁବେଳେ ସମସ୍ତଙ୍କ ସାଥିରେ ଅଛି ଆଉ ରହିବ ବୋଲି ବାଲିଗୁଡ଼ା ଥାନାଧିକାରୀ ପ୍ରକାଶ କରିଛନ୍ତି I ଲୋକଙ୍କୁ ସାହାଯ୍ୟ କରିବା ସହ ଅଞ୍ଚଳବାସୀଙ୍କ ବିଶ୍ଵାସଭାଜନ ହେବା ଆମ ପୁଲିସ୍ ସମିତିର ମୁଳ ଲକ୍ଷ ବୋଲି କହିଛନ୍ତି ଡିଏସପି I