
ରାୟଗଡା, ୧୪/୦୩/୨୧(ଜିଲ୍ଲା ଖବର : ରାୟଗଡା ଜିଲ୍ଲା ବିଷମକଟକ ନିକଟସ୍ଥ ହାଟମୁନିଗୁଡା ସ୍ଥିତ ରାମକୃଷ୍ଣ ମିଶନ ତରଫରୁ ତୃତୀୟ ପର୍ଯ୍ୟାୟରେ ରିଲିଫ କାର୍ଯ୍ୟ କ୍ରମ ରେ ଗରିବ ଓ ଅସହାୟ ମହିଳା ମାନଙ୍କୁ କଟନ ଶାଢ଼ୀ ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାମକୃଷ୍ଣ ମିଶନ ର ସମ୍ପାଦକ ଶ୍ବାମୀ ଗୀତାତ୍ମା ମହାରାଜା ଯୋଗ ଦେଇ ବିଷମକଟକ ର ବଡ କିରିବିରି ଓ ସାନ କିରିବିରି ଆଦି ଗ୍ରାମରେ ପହଞ୍ଚି ଗ୍ରାମର139 ଜଣ ଗରିବ ଓ ଅସହାୟ ଆଦିବାସୀ ମହିଳା ମାନଙ୍କୁ 139 କଟନ ଶାଢ଼ୀ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ରାମକୃଷ୍ଣ ମିଶନ ର ସମସ୍ତ ଷ୍ଟାପ୍ ଉପସ୍ଥିତ ଥିଲେ।
ଏହି ବଣ୍ଟନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ଅପହଞ୍ଚ ଗ୍ରାମରେ ଗରିବ ଓ ଅସହାୟ ମାନଙ୍କୁ ବଣ୍ଟନ କରାଯିବ ବୋଲି ରାମକୃଷ୍ଣ ମିଶନ ର ସମ୍ପାଦକ ଶ୍ରୀ ଗୀତା ଆତ୍ମା ମହାରାଜା ସୂଚନା ଦେଇଛନ୍ତି।




