Sunday, October 11, 2026
Home ଆଞ୍ଚଳିକ ଚଢିଆପଲ୍ଲୀ ସରସ୍ୱତୀ ବିଦ୍ୟା ନିକେତନ ବିଦ୍ୟାଳୟ ଠାରେ ବିଜ୍ଞାନ ପ୍ରଦର୍ଶନି ମେଳା

ଚଢିଆପଲ୍ଲୀ ସରସ୍ୱତୀ ବିଦ୍ୟା ନିକେତନ ବିଦ୍ୟାଳୟ ଠାରେ ବିଜ୍ଞାନ ପ୍ରଦର୍ଶନି ମେଳା

32


ଆସିକା,୫/୧୦(ଖିରୋଦ ଚନ୍ଦ୍ର ବେହେରା): ଚଢିଆପଲ୍ଲୀ ଗ୍ରାମ ସ୍ଥିତ ସରସ୍ୱତୀ ବିଦ୍ୟା ନିକେତନ ବିଦ୍ୟାଳୟ ଠାରେ ବିଜ୍ଞାନ ପ୍ରଦର୍ଶନି ମେଳା ଅନୁଷ୍ଟିତ ହୋଇଯାଇଛି । ଏହି ବିଜ୍ଞାନ ପ୍ରଦର୍ଶନିଟିକୁ ଗ୍ରାମ ସଭପତି ଲୋକନାଥ ସ୍ୱାଇଁ ଉଦଘାଟନ କରିଥିଲେ । ଚତୁର୍ଥ ଶ୍ରେଣିରୁ ଅଷ୍ଟମ ଶ୍ରେଣିର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ମୋଟ ୨୮ଟି ପ୍ରକଳ୍ପ ପ୍ରଦର୍ଶନି କରାଯାଇଥିଲା । ଏହି ପ୍ରଦର୍ଶନିରେ ୩ ଜଣ ବିଚାରକ ରହିଥିଲେ ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା ।ଏହି ବୈଠକରେ ସଭାପତି ଭାବେ ଦିନବନ୍ଧୁ ସ୍ୱାଇଁ, ସ୍କୁଲ ପରିଚାଳନା ସଭାପତି ଆଇନଜୀବୀ ଅନିଲ କୁମାର ପାଣିଗ୍ରାହି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷାରେ ବିଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ବିଜ୍ଞାନ ପଢିବା, ଲେଖିବା ସହ ପ୍ରଦର୍ଶନି କରିବା ବିଜ୍ଞାନର ମୁଳମନ୍ତ୍ର ଓ ଜରୁରୀ ଅଙ୍ଗ ବୋଲି ଅତିଥି ମାନେ ସେମାନଙ୍କ ବକ୍ତବ୍ୟର କହିଥିିଲେ ।

ନିକଟରେ ଭାରତର ଚନ୍ଦ୍ରକୁ ସାଟାଇଲାଇଟ ପ୍ରେରଣ କରାଯାଇଥିଲା । ଏହା ସମସ୍ତଙ୍କୁ ଉତ୍ସାହିତ ଦେଇଛି । ବିଜ୍ଞାନ ଛାତ୍ରଛାତ୍ରୀ ମାନେ ନିଜର ପାରଦର୍ଶିତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗବେଷଣା କରିବାର ଆବଶ୍ୟକ ରହିଛି ବୋଲି ବକ୍ତା ମାନେ ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହିତ ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଶାନ୍ତନା ମୁଳକ ପୁରସ୍କାର ଦିଆଯାଇଥିଲା ।

ଏହି ପ୍ରଦର୍ଶନିରେ ବିଦ୍ୟାଳୟର ସେକ୍ରେଟାରୀ ବଳରାମ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ କାଳିଆ ବେହେରା, ସାଇସ୍ମିତା ଜେନା, ସବିତା କୁମାରୀ ବେହେରା, ଜୟନ୍ତି ପ୍ରଧାନ, ସଶ୍ମିତା ମିଶ୍ର, ଭାରତୀ ନାୟକ, ଚିନ୍ମୟ ସାହୁ, ଗୈାରୀ ଶଙ୍କର ଆଚାର୍ଯ୍ୟ, ଶିବ ପ୍ରସାଦ ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଗୁରୁଜୀ ଓ ଗୁରୁମା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।