Thursday, November 12, 2026
Home ଆଞ୍ଚଳିକ ଯାଁଳା ଫାଣ୍ଡିରେ ଜବତ ଗାଡ଼ିରୁ ମହିଳାଙ୍କ କଙ୍କାଳ ଉଦ୍ଧାର

ଯାଁଳା ଫାଣ୍ଡିରେ ଜବତ ଗାଡ଼ିରୁ ମହିଳାଙ୍କ କଙ୍କାଳ ଉଦ୍ଧାର

23

ଖୋର୍ଦ୍ଧା, ୧୪/୦୩/୨୧(ଜିଲ୍ଲା ଖବର) : ଯାଆଁଳା ଫାଣ୍ଡିରେ ପାଖାପାଖି ଦୁଇ ବର୍ଷ ତଳେ ଗଞ୍ଜେଇ ଜବତ ଘଟଣାର ଗାଡି ମୁକୁଳାଇବାକୁ ଜଣେ ବ୍ୟକ୍ତି ଆସିଥିଲେ। ଏହି ଗାଡି ନେବାବେଳେ ଦେଖିଲେ ଯେ ତାର ପଛପାଖ ସିଟରେ ଗୋଟିଏ ଉଲଗ୍ନ ମହିଳାଙ୍କ କଙ୍କାଳ ପଡିଛି। ସଂପୃକ୍ତ ମହିଳା ସେଇଠାରେ ପଚି ଯାଇଛନ୍ତି । ଶନିବାର ଯାଁଳା ଫାଣ୍ଡି ଅଧୁକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବନ କରାଯାଇଥିବା ଭୁବନେଶ୍ବର ଡିସିପି ଗଣମାଧମକୁ ସୂଚନା ଦେବା ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଛି । ତେବେ ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା ଏକ ସମ୍ବେଦନଶୀଳ ମାମଲା । ଫାଣ୍ଡିରେ ଏତେ କର୍ମଚାରୀଙ୍କ ଉପସ୍ଥିତିରେ କଙ୍କାଳ କେମିତି ଆସିଲା ? ଗୋଟିଏ ଶବ କଙ୍କାଳ ପାଲଟିଗଲା, କେମିତି ପୁଲିସ କର୍ମଚାରୀଙ୍କୁ ଗନ୍ଧ ହେଲାନାହିଁ ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହେବା ପରେ ଘଟଣା ସମ୍ପର୍କରେ ଭୁବନେଶ୍ଵର ଡିସିପି ଡ଼. ଉମାଶଙ୍କର ଦାଶ ପୂର୍ବତନ ପୁଲି କମିଶନର ଡ. ସୁଧ୍ୟଶୁ ଷଡଙ୍ଗୀଙ୍କୁ ଜଣାଇଥିଲେ ।