
୧୪/୦୩/୨୧(ଜିଲ୍ଲା ଖବର) : ‘ଜିରୋ ଇନ୍ସଫେକସନ ଆମର ଲକ୍ଷ୍ୟ’ । କରୋନା ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ନିୟନ୍ତ୍ରଣରେ ଓଡ଼ିଶା ଭଲ ସ୍ଥିତିରେ ରହିଛି । ଏଥିପାଇଁ ହୁ ପକ୍ଷରୁ ଓଡ଼ିଶାକୁ ପ୍ରଶଂସା ମିଳିଛି । କିନ୍ତୁ ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ । କରୋନା ବିପଦ ଏବେ ବି ଟଳିନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମହାରାଷ୍ଟ୍ର, ପଞ୍ଜାବରେ,ଛତିଶଗଡ, ମଧ୍ୟପ୍ରଦେଶରେ ସ୍ଥିତି ବିଗୁଡୁଛି । ଏପରିକି ମହାରାଷ୍ଟ୍ରରେ ଏବେ ଲକଡାଉନ ପୁଣି ଫେରିଛି । ଲକଡାଉନ ସମୟର କଷ୍ଟ ଏବେ ବି ଭୁଲି ହୋଇନି । ଯାହାକି ‘ଆମର ଅର୍ଥନୀତି, ସାମାଜିକ ଜୀବନକୁ ପ୍ରଭାବିତ କରିଛି । ଏପରିକି ପିଲାମାନଙ୍କ ପାଠପଢାକୁ ପ୍ରଭାବିତ କରିଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ ।
ପୂର୍ବଭଳି ଆମେ କୋଭିଡ ଗାଇଡଲାଇନ୍ ମାନିଚଳିଲେ ଲକଡାଉନ ସ୍ଥିତି ଉପୁଜିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବାହାରକୁ ଗଲେ ମାସ୍କ ପିନ୍ଧିବା, ଠିକ୍ ଭାବରେ ପାଟି, ନାକକୁ ଘୋଡାଇ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।


