
କଟକ,୧୪/୦୩/୨୧(ଜିଲ୍ଲା ଖବର) : କଟକରେ ଏକ ବଡଧରଣର ସୁନା ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଠକେଇ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ୮ଶହ ଗ୍ରାମର ସୁନା ବିସ୍କୁଟ ଜବତ କରିଛି । ଜଣେ ବ୍ୟବସାୟୀଙ୍କ ଠାରୁ ସୁନା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଜବତ ବିସ୍କୁଟର ଆନୁମାନିକ ମୂଲ୍ୟ ୩୭ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଏନେଇ କଟକ ଏସିପି ସତ୍ୟ ନାରାୟଣ ମୁଦୁଲି ସୂଚନା ଦେଇଛନ୍ତି । ଅନ୍ୟପଟେ ଦିନକୁ ଦିନ ଚୋରୀ, ଠକାମି ପରି ଅନେକ ଅପରାଧିକ ମାମଲା ବଢ଼ି ବଢ଼ି ଚାଲିଛି । ଏଭଳି ସ୍ଥିତିରେ ପୋଲିସ ଆହୁରି ସଜାଗ ହେବା ଜରୁରୀ ହୋଇପଡୁଛି ।



