Tuesday, November 17, 2026
Home ଆଞ୍ଚଳିକ ଦଶନ୍ଧି ତଳେ ଘଟିଥିବା ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଦଶନ୍ଧି ତଳେ ଘଟିଥିବା ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

47

୧୪/୦୩/୨୧(ଜିଲ୍ଲା ଖବର) : ଦଶନ୍ଧି ତଳେ ଘଟିଥିବା ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ । ୧୩ ବର୍ଷ ତଳେ ହତ୍ୟାକାଣ୍ଡ ନିଭାଇ ଫେରାର ଥିଲା ଅଭିଯୁକ୍ତ । ତେବେ ମୃତକ ପରିବାର ଲୋକଙ୍କ ଅଭିଯୋଗ ପରେ ଫାଇଲ ଖୋଲିଲା ପୋଲିସ । ଅଭିଯୁକ୍ତକୁ ଟ୍ରାକ କରି ସ୍ପେଶାଲ ସ୍କ୍ବାର୍ଡ ଧରିଥିବା ସୂଚନା ମିଳିଛି । ହତ୍ୟାକାରୀ ହେଲେ ବିକ୍ରମ ଆଦିତ୍ୟ ଜେନା । ୨୦୦୮ ମସିହାରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରି ସେ ଫେରାର ଥିଲା । ପୂର୍ବରୁ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ପୂର୍ବ ଶତୃତାକୁ ନେଇ ଏହି ଜଘନ୍ୟକାଣ୍ଡ ଘଟିଥିଲା । ଅଭିଯୁକ୍ତ ଜଣକ ସୁମନ୍ତଙ୍କୁ ବମିଖାଲସ୍ଥିତ ଘରୁ ଡାକି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା । ଏହାପରେ ଡିକିରେ ବନ୍ଦ କରିଦେଇଥିଲେ ଅଭିଯୁକ୍ତ । ତେବେ ପୋଲିସ ପୁରୁଣା ଫାଇଲ ଖୋଲି ଅଭିଯୁକ୍ତକୁ ଗିରଫ କରିଛି ।