କଟକ ଏସସିବି ମେଡିକାଲରେ ପୁଣି ଅଗ୍ନିକାଣ୍ଡ

11

କଟକ,୧୪/୦୩/୨୧(ଜିଲ୍ଲା ଖବର) : କଟକ ଏସସିବି ମେଡିକାଲରେ ପୁଣି ଅଗ୍ନିକାଣ୍ଡ।ଆଂଚଳିକ ସିଟି ସ୍କାନରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।
ଅଗ୍ନିଶମ ଗାଡି ପହଂଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିଲା । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରଖିଛି ।

ଗତକାଲି ଶନିବାର ଅପରାହ୍ଣରେ ମଧ୍ୟ କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲା ।  କନିଷ୍ଠ ଯନ୍ତ୍ରୀ ଶିଖା ଦାସଙ୍କ ପ୍ରତିକ୍ରିୟା। ଏହା ସର୍ଟସର୍କିଟ ନୁହେଁ। ପ୍ରକୋଷ୍ଠରେ ଲାଗିଥିବା ହିଟର ସଂସ୍ପର୍ଶରେ ଆସି କାଗଜପତ୍ରରେ ଲାଗିଥିଲା ନିଆଁ। ସେପଟେ ପୁଣି ଥରେ ସ୍ଵାଭାବିକ ହେଲା ସିଟି ସ୍କାନ।