
କେନ୍ଦୁଝର, ୧୪/୦୩/୨୧(ଜିଲ୍ଲା ଖବର) : ନୂଆ ସରକାରୀ ମଦ କାଉଣ୍ଟରକୁ ବିରୋଧ କରି ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା । କେନ୍ଦୁଝର ଜିଲ୍ଲା ଉପାନ୍ତ ବଲାଣି ଥାନା ଅନ୍ତର୍ଗତ ବଲାଣି ବସ୍ତିରେ ଏକ ନୂତନ କାଉଣ୍ଟର ଖୋଲିବାକୁ ସରକାର ସ୍ୱୀକୃତି ଦେଇଛନ୍ତି । ତେବେ ନୂତନ କାଉଣ୍ଟର ପାଇଁ କଣ୍ଟେନର ପଡିବା ଦିନରୁ ବଲାଣି ବସ୍ତିର ମହିଳାମାନେ ଘୋର ବିରୋଧ କରି ଆସିଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିବା ସହିତ ଜିଲ୍ଲାପାଳଙ୍କ ନିକଟରେ ମଦ କାଉଣ୍ଟର ନଖୋଲାଯିବାକୁ ବାରମ୍ବାର ଲିଖିତ ଓ ପ୍ରତ୍ୟେକ୍ଷ ଭାବରେ ଅଭିଯୋଗ କରିଛନ୍ତି । ତେବେ ନୂତନ କାଉଣ୍ଟର ନିମନ୍ତେ ଥିବା କଣ୍ଟେନରର ବେସ ନିର୍ମାଣ କରାଯାଉଥିବା ବେଳେ ଶତାଧିକ ମହିଳା ଏକତ୍ରିତ ହୋଇ ବିରୋଧ କରିବା ସହିତ ଦୀର୍ଘ ସମୟ ଧରି ବଲାଣି ଥାନା ଘେରାଉ କରିଥିଲେ । ତେବେ ସେଠାରେ କିଛି ସମାଧାନ ନବହାରିବାରୁ ସେମାନେ ଉତ୍ୟକ୍ତ ହୋଇ ନିର୍ମାଣଧୀନ ବେସ କୁ ଭାଙ୍ଗି ଦେଇଥିଲେ । ଏହା ସହିତ ପ୍ରଶାସନ ଯଦି ମଦ କାଉଣ୍ଟର ବନ୍ଦ କରିବାରେ ସହଯୋଗ ନକରନ୍ତି ତେବେ କଣ୍ଟେନର ରେ ନିଆଁ ଲଗାଇଦେବାକୁ ଚେତାବନୀ ଦେଇଛନ୍ତି ମହିଳା ।



