
ଭଦ୍ରକ,୧୪/୦୩/୨୧(ଜିଲ୍ଲା ଖବର) : ଭଦ୍ରକରେ ଅଘଟଣ । ଅଗ୍ନିକାଣ୍ଡ ଘଟି ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ବର୍ଷର ଝିଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗ୍ରାମଞ୍ଚଳ ଥାନା ବାଣୀତିଆ ଗ୍ରାମର ମହଲାସାହିରେ ଏଭଳି ଘଟଣା ଘଟିଛି । ମହଲାସାହିର ପ୍ରଭାତ ବେହେରାଙ୍କ ସ୍ତ୍ରୀ ଭାରତୀ ବେହେରା, ରୋଷେଇ କରୁଥିବା ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା ।
ଫଳରେ ଭାତରୀ ବେହେରା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏବଂ ଝିଅ ଗୁରୁତର ହୋଇଥିଲେ । ବଡ଼ ଝିଅ ପ୍ରିୟଙ୍କା ବେହେରା ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏବଂ ସାନ ଝିଅ ଅଳ୍ପକେ ବର୍ତ୍ତିଯାଇ ଥିଲେ ।



