
ମାଲକାନଗିରି,୧୪/୦୩/୨୧(ଜିଲ୍ଲା ଖବର) : ପୁଣି ମାତିଲେ ମାଓ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ପିପାଲପାଦର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଚାଲିଥିବା ବେଳେ ଖବର ପାଇ ଏସଓଜି ଓ ଡିବିଏଫ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା । ଏହାପରେ ଉଭୟେ ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରୁ ପୋଲିସ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛି ।



