Saturday, October 10, 2026
Home ଆଞ୍ଚଳିକ କମ ସମୟର ନୋଟିସରେ ଉଚ୍ଛେଦକୁ ବିରୋଧ

କମ ସମୟର ନୋଟିସରେ ଉଚ୍ଛେଦକୁ ବିରୋଧ

18

ଭଦ୍ରକ,୧୪/୦୩/୨୧(ଜିଲ୍ଲା ଖବର) : କମ ସମୟର ନୋଟିସରେ ଉଚ୍ଛେଦକୁ ବିରୋଧ । ଭଦ୍ରକ ଚାନ୍ଦାବାଲି ପୁରୁଣା ବସ ଷ୍ଟାଣ୍ଡ ସଂଲଗ୍ନ ମଧୁ ବାବୁ ଛକ ଏବଂ ବ୍ଲକ ରୋଡ଼ ପ୍ରଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ପାଇଁ ଜବର ଦଖଲ ଉଛେଦ କରାଯିବ । କିନ୍ତୁ ଏନେଇ ୧୩ ତାରିଖରେ ଚାନ୍ଦବାଲି ତହସିଲ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି  । ଯାହାକୁ ନେଇ ଦୋକାନୀ ମାନେ ଏକ ମେଳି କରି କର ବା ମର ଡାକରା ଦେଇଛନ୍ତି । ଜୀବନ ଦେଇଦେବେ ପଛେ ଜୀବିକା ଛାଡ଼ିବେ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି କ୍ଷ ଚାନ୍ଦବାଲି ସହରରେ ଏକ ଶହରୁ ଉର୍ଦ୍ଧ ଦୋକାନୀ ଦୀର୍ଘ ୩୦ ବର୍ଷ ହେବେ ନିଜର ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ପ୍ରଶାସନ ଦୋକାନୀ ମାନଙ୍କୁ ୩ ମାସ ଆଗରୁ ସୂଚନା ନ ଦେଇ ଓ ଥାଇଥାନ ନ କରି ଏମିତି ରାତି ଅଧିଆ ଉଛେଦକୁ ଦୃଢ଼ ଭାବରେ ବିରୋଧ କରିଛି ଦୋକାନୀ ସଂଘ  ।ଏଥିପ୍ରତି ଚାନ୍ଦବାଲିର ଜନପ୍ରତିନିଧି ଏହା ଉପରେ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଦାବୀ ହୋଇଛି  ।