
ଜଟଣୀ,୧୩/୦୩(ଜିଲ୍ଲା ଖବର) : ଚଳିତମାସ ୮ ତାରିଖ ସୋମବାର ଅପରାହ୍ନରେ ଏକ ନିର୍ବନ୍ଧ କାର୍ଯ୍ୟରେ କଟକ ଅଂଚଳରୁ ବେଣାପଞ୍ଜୁରୀ ଗ୍ରାମକୁ ଆସିଥିବା କେତେକ ଯୁବତୀମାନଙ୍କୁ ଗ୍ରାମର କେତେକ ଯୁବକମାନେ କମେଣ୍ଟ ମାରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମର ସାହିଦା ବିବିଙ୍କ ଘରକୁ ଏକାଧୀକ ବୋମାମାଡ କରିଥିବା ବେଳେ ତାଙ୍କ ପୁଅଙ୍କୁ ଭୂଜାଲିମାଡ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ସେହିଦିନ ଏନେଇ ଜଟଣୀଥାନାରେ ସାହିଦା ବିବି ଲିଖିତ ଅଭିଯୋଗ ଆଣିଥିଲେ ।ଏହି ଘଟଣାରେ ସମ୍ପୃକ୍ତଥିବା ଆସାମୀ ମାନଙ୍କୁ
ଗିରଫକରି କେଶନଂ ୧୨୯/୨୧ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ କହିଛନ୍ତି I
ରିପୋର୍ଟ ,ସଞ୍ଜୀବ କୁମାର



