Sunday, November 15, 2026
Home ଆଞ୍ଚଳିକ ଅଗ୍ନିଶମ ବିଭାଗ ଦ୍ୱାରା କୂଅରୁ ମହିଳା ଉଦ୍ଧାର

ଅଗ୍ନିଶମ ବିଭାଗ ଦ୍ୱାରା କୂଅରୁ ମହିଳା ଉଦ୍ଧାର

127

ଜଟଣୀ,୧୩/୦୩(ଜିଲ୍ଲା ଖବର) : ଆଜି ପୁର୍ବାହ୍ନରେ ଜଟଣୀଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରସ୍ଥିତ ସାଇବାବା ମନ୍ଦିର ପାଶ୍ୱର୍ରେ ରବିନ୍ଦ୍ରନାଥ ପାଢୀଙ୍କ ଘର ପରିସରରେ ରହିଥିବା କୂଅକୁ ରବିନ୍ଦ୍ରଙ୍କ ପତ୍ନୀ ସୁଜାତା ପାଢୀ ପାଣି କାଢିବାକୁ ଯାଇଥିଲେ । ତେବେ ଠାକୁରପୂଜାଲାଗି କୂଅକୁ ପାଣି କାଢିବାକୁ ଯାଇଥିବା ବେଳେ ମୁଣ୍ଡବୁଲାଇ ଉକ୍ତ କୂଅରେ ପଡିଯାଇଥିଲେ । ପଡୋଶୀ ଓ ପରିବାର ଲୋକେ ଦେଖି କୈାଣସିମତେ ସୁଜାତାଙ୍କୁ ଉଦ୍ଧାର କରିପାରିନଥିଲେ । ତେବେ ଏନେଇ ଜଟଣୀଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାରପରେ ସେ ସାମାନ୍ୟ ଆହତ ହୋଇଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ମିଳିଥିଲା ।

ରୀପୋର୍ଟ,ସଞ୍ଜୀବ କୁମାର