
ନୂଆଦିଲ୍ଲୀ, ୧୩/୦୩/୨୧(ଜିଲ୍ଲା ଖବର) : ପୂର୍ବତନ ତାସମାନିଆ ଅଲରାଉଣ୍ଡର ଡାମିଏନ ରାଇଟ ଆଗାମୀ ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗସ ଦଳର ବୋଲିଂଗ କୋଚ ଭାବେ କାର୍ଯ୍ୟ କରିବେ ବୋଲି ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯାଇଛି । ରାଇଟଙ୍କ 123 ପ୍ରଥମ ଶ୍ରେଣୀ ମ୍ୟାଚ ଏବଂ 106 ଟି ଲିଷ୍ଟ -ଏ ମ୍ୟାଚ ଖେଳିବାର ଅଭିଜ୍ଞତା ରହିଛି । ପୂର୍ବରୁ ଦଳ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କୁ ମୁଖ୍ୟ କୋଚ, ଜିମ୍ବାୱେର ଆଣ୍ଡରୁ ଫ୍ଲାୱାରଙ୍କୁ ଆସିସଷ୍ଟାଣ୍ଟ କୋଚ, ପୂର୍ବତନ ଭାରତୀୟ ଟେଷ୍ଟ ଓପନର ୱାସିମ ଜାଫରଙ୍କୁ ବ୍ୟାଟିଙ୍ଗ କୋଚ ଏବଂ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ଼ସଙ୍କୁ ଫିଲଡିଂଗ କୋଚ ଭାବେ ନିଯୁକ୍ତ କରିଛି ।
ପୂର୍ବରୁ ରାଇଟ ହୋବର୍ଟ ହରିକେନ୍ସ, ମେଲବୋର୍ନ ଷ୍ଟାର୍ସ, ନ୍ୟୁଜଲାଣ୍ଡ, ବାଙ୍ଗଲାଦେଶ ଆଦି ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରି ସାରିଛନ୍ତି । ପୂର୍ବରୁ ପଞ୍ଜାବ ଦଳର ବୋଲିଂଗ କୋଚ ଭାବେ କାର୍ଯ୍ୟ କରୁଥିବା ଚାର୍ଲସ ଲାଙ୍ଗଭେଲଟଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତ କରାଯାଇଛି । ଏପ୍ରିଲ 12 ରେ ରାଜସ୍ଥାନ ରୟାଲସ ବିପକ୍ଷରେ 2021 ଆଇପିଏଲ ଅଭିଯାନ ଆରମ୍ଭ କରିବ ପଞ୍ଜାବ କିଙ୍ଗସ ।



