
ଭୁବନେଶ୍ୱର,୧୩/୦୩/୨୧(ଜିଲ୍ଲା ଖବର) : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ବିନା ପରୀକ୍ଷାରେ ପାସ୍ ହେବେ ପିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ କୌଣସି କ୍ଲାସ ହୋଇ ନଥିବାରୁ ଏପରି ନିଷ୍ପତ୍ତି ନିଆଯିବ । ଏପରିକି ଏପ୍ରିଲରେ ବି ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବନି। ପ୍ରଥମରୁ ଅଷ୍ଟମ ଯାଏଁ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍କୁ ଉତ୍ତୀର୍ଣ୍ଣ ହେବେ । ସୂଚନା ଯୋଗ୍ୟ ଯେ, କରୋନା କଟକଣା ଯୋଗୁଁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ଥିଲା । ପରବର୍ତ୍ତୀ ସମୟରେ କଲେଜ ଓ ହାଇସ୍କୁଲ ଖୋଲା ଯାଇଥଲେ ସୁଦ୍ଧା ପ୍ରାଇମେରୀ ସ୍କୁଲ ପିଲାଙ୍କ ସିଧାସଳଖ ପାଠ ପଢ଼ା ହୋଇପାରିନଥିଲା । ଏହି ସବୁ ଦିଗକୁ ଆଖି ଆଗରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିନା ପରୀକ୍ଷାରେ ପାସ୍ କରାଯିବ ।


