
ରାୟଗଡା,୧୩/୦୩/୨୧(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ହାଟମୁନିଗୁଡା ପଂଚାୟତ ର ମାଳିଶିରି ଓ ବିକାଷି ସିରିପୁର ରେ ଆମ ଗାଁ, ଆମ ବକଷି ର ନିର୍ମାଣ ଧିନ କମ୍ ନିଷ୍ଠ ହଲ ର କାମ ସରି ବର୍ଷେ ବିତିଗଲାଣି । ହେଲେ ବିଲ ପାଇଁ ତଳ ଠାରୁ ଉପସ୍ଥିତ ଅଧିକାରୀ ମାନଙ୍କ ପାଖକୁ ଯାଇ ଯାଇ ଥକି କଲେଣି ସ୍ଥାନୀୟ ଠିକାଦାର। 2019 ,20 ଆଥିର୍କ ବର୍ଷ 2 ଲକ୍ଷ 50 ହଜାର ଟଙ୍କା ବ୍ୟୟ ଅଟ କଳରେ କମ୍ ନିଷ୍ଠ ହଲ କାର୍ଯ୍ୟ ପାଇଁ ଆଦେଶ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଳିଶିରି ପୁର ଗ୍ରାମର କମ୍ ନିଷ୍ଟ ହଲ ର ଏକ ଲକ୍ଷ 15 ହଜାର ଟଙ୍କା ବିଲ ଦିଆଯାଇଛି।ଏବଂ ବକଷି ଶିରିପୁର ଗ୍ରାମରେ ନିର୍ମାଣ କରାଯାଇଥିବା କମ୍ ନିଷ୍ଟ ହଲ ର ବିଲି ପ୍ରଥମ ପର୍ଯ୍ୟାୟରେ 80 ହଜାର ଟଙ୍କା ବିଲ ଦିଆଯାଇଥିଲା। କାର୍ଯ୍ୟ ସରି ବର୍ଷେ ବିତିଯାଇଥିଲେ ମଧ୍ୟ ଆଉ ବଳକା ବିଲ ପାଇଁ ବୁଲି ବୁଲି ଥକି ଯାଇ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଠିକାଦାର ବିଷ୍ଣୁ ହିକକା ଓ ପମ ଦୋରା । କାର୍ଯ୍ୟ ତଦାରଖ କରୁଥିବା ଏଇ ଓ ଜେଇ ଙ୍କୁ ଏହି ବିଷୟରେ ଆମେ କିଛି ଦିନ ତଳେ ଯୋଗାଯୋଗ କରିବାରେ ସେ ମଧ୍ୟ ଆମକୁ ଆଜି ହୋଇ ଯିବ କାଲି ହୋଇ ଯିବ କହି ଭୁତାଉ ଛନ୍ତି।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା


