ବ୍ୟବସାୟୀଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି

59

ନବରଙ୍ଗପୁର, ୧୩/୦୩/୨୧(ଜିଲ୍ଲା ଖବର) : ଉମରକୋଟ ସହରରେ ଫୁଟିଲା‌ଗୁଳି। ଫଳରେ ବ୍ୟବସାୟୀ ଗୁରୁତର ହୋଇଛନ୍ତି ।  ଯୁବ ବ୍ୟବସାୟୀ ଟି.ସଂଜୀବ ସୁବୁଦ୍ଧି ନିଜ ବାଇକରେ ଝରିଗାଁ ଯିବା ରାସ୍ତାରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ ପଞ୍ଜାବ ନେସନାଲ ବ୍ୟାଙ୍କ ନିକଟରେ ହଠାତ ୩ ଜଣ ଯୁବକ ଏକ କଳା ପସଲରରେ ଆସି ତାଙ୍କୁ  ଗୋଟିଏ ରାଉଣ୍ଡ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତାଙ୍କ ଅଣ୍ଟାରେ ଗୁଳିଟି ବାଜିଥିଲା । ସଞ୍ଜୀବଙ୍କୁ ଗୁଳିବାଜିବା ପରେ ସେ ବାଇକରୁ ତଳେ ପଡିଯାଇଥିଲେ। ଗୁଳିଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ବ୍ୟବସାୟୀଙ୍କୁ ଉଦ୍ଧାର କରି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  ଖବର ପାଇ ଉମରକୋଟ ପୁଲିସ ଘଟଣା ସ୍ଥଳ ଏବଂ ଡାକ୍ତରଖାନାକୁ ଯାଇ ତଦନ୍ତ କରିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।