
ବ୍ରହ୍ମପୁର, ୫/୧୦ (ଇ.ରଞ୍ଜନ): ମହାମୟୀ ମହିଳା ମହାବିଦ୍ୟାଳୟରେ ଦୀର୍ଘ ୬ ଦିନ ଧରି ଚାଲିଥିବା ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି I ଆଜି କଲେଜ ଅଧକ୍ଷ କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ଅଧିକ୍ଷତାରେ ସରକାରୀ ଏମ.କେ.ସି.ଜି କଲେଜ ଅନୁଷ୍ଠାନ ପକ୍ଷରୁ ପ୍ରୋଫେସର ଡା.ନଗେଶ୍ୱର ରାଓ ସୁବୁଦ୍ଧିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଆସି ମାଗଣା ଚକ୍ଷୁ ଶିବିରରେ ଯୋଗଦାନ କରି ଡାକ୍ତରୀଙ୍କ ଚକ୍ଷୁ ବିଷୟରେ ଏକ ସଂକ୍ଷୀପ୍ତ ବିବରଣୀ ୱାର୍ଡସପ୍ପ ମାଧ୍ୟମରେ ନିଜର ଚକ୍ଷୁ ସୁରକ୍ଷା ପ୍ରତି ଯତ୍ନବାନ ଉପରେ ବୁଝାଇବା ସହ ସ୍ୱଚ୍ଛlସେବୀ ମାନଙ୍କୁ ମୋବlଇଲରେ ଶେୟାର କରିଥିଲେ l

ଏହା ସହ ନିକଟବର୍ତ୍ତୀ ଅଞ୍ଚଳର ପୁର୍ଣବାସି କଲୋନୀ, ଲେପର୍ସ କଲୋନୀ ଖାଲା ସାହି ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ଶତାଧିକ ଲୋକଙ୍କ ଉପସ୍ଥିତରେ ମାଗଣାରେ ଚକ୍ଷୁ ଚିକିତ୍ସା ସହ ଔଷଧ ପତ୍ର ସେବା ଯୋଗାଇ ଦେଇଥିଲେ l ଏଥିସହ କଲେଜରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ସ୍ବେଛାସେବୀନି ମାନେ ମଧ୍ୟ ନିଜ ନିଜର ଚକ୍ଷୁ ପରୀକ୍ଷା କରିଥିଲେ I ସଂଯୋଜିକା ସ୍ଵର୍ଣଲତା ପଟ୍ଟନାୟକ, ସସ୍ମିତା ସାହୁ, ସୁନିତା ଜେନା, ସମେତ ସମସ୍ତ ଛାତ୍ରୀ ଉପସ୍ଥିତ ରହି ସହଯୋଗ ରେ ହାତ ବଢେଇଥିଲେ l



