Home ଆଞ୍ଚଳିକ ଚାଷୀ ସମସ୍ୟା ପାଇଁ ହୁଲସ୍ତୁଲ ବିଧାନସଭା, ୪ଟା ଯାଏ ମୁଲତବି

ଚାଷୀ ସମସ୍ୟା ପାଇଁ ହୁଲସ୍ତୁଲ ବିଧାନସଭା, ୪ଟା ଯାଏ ମୁଲତବି

101

ଭୁବନେଶ୍ୱର,୧୩/୦୩/୨୧(ଜିଲ୍ଲା ଖବର) : ଚାଷୀ ସମସ୍ୟା ପାଇଁ ହୁଲସ୍ତୁଲ ବିଧାନସଭା । ମଣ୍ଡି ଅବ୍ୟବସ୍ଥା ନେଇ ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହୋହଲ୍ଲା । ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଗୃହରେ ବାରମ୍ବାର ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ପରେ ବି ଶୂନ୍ୟକାଳରେ ବିଧାନସବାର ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଛନ୍ତି ଶାସକ ଓ ବିରୋଧୀ ବିଧାୟକ । ଫଳରେ ବାଚସ୍ପତି ବିଧାନସଭାକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି । ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ବିଧାୟକ ସରକାରଙ୍କୁ ଦାୟୀ କରି ଗୃହରେ ହୋହଲ୍ଲା କରୁଛନ୍ତି ।  ଶାସକ-ବିରୋଧୀଙ୍କ ଏଭଳି ଆରୋପ ପ୍ରତ୍ୟାରୋପ ବୟାନବାଜି ଯୋଗୁଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।