Sunday, November 15, 2026
Home ଆଞ୍ଚଳିକ ଅଗଷ୍ଟ 1ରେ ହେବ ଚଳିତ ବର୍ଷ NEET ପ୍ରବେଶିକା ପରୀକ୍ଷା, 11ଟି ଭାଷାରେ ଅଫଲାଇନରେ ହେବ...

ଅଗଷ୍ଟ 1ରେ ହେବ ଚଳିତ ବର୍ଷ NEET ପ୍ରବେଶିକା ପରୀକ୍ଷା, 11ଟି ଭାଷାରେ ଅଫଲାଇନରେ ହେବ ପରୀକ୍ଷା

74

ଭୁବନେଶ୍ୱର, ୧୩/୦୩/୨୧(ଜିଲ୍ଲା ଖବର) :  ଅଗଷ୍ଟ 1ରେ ହେବ ଚଳିତ ବର୍ଷ NEET ପ୍ରବେଶିକା ପରୀକ୍ଷା। ଜାତୀୟ ପରୀକ୍ଷା ଏଜେନ୍ସି ଏନଇଇଟି ନିଜର ଅଫିସିଆଲ ୱେବସାଇଟରେ ଏମବିବିଏସ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କରିଛି। ପରୀକ୍ଷା ପାଇଁ ଆବେଦନ ଖୁବ ଶୀଘ୍ର ଆରମ୍ଭ ହେବ । ଏମବିବିଏସ ଏବଂ  ବିଡିଏସ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଁଥିବା ବିଦ୍ୟାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ । ଏଥିପାଇଁ ପ୍ରଥମେ ଆବେଦନ କରିବାକୁ ହେବ। ntaneet.nic.inରେ ଲଗ୍ ଇନ କରି ବିଦ୍ୟାର୍ଥୀ ପଞ୍ଜିକରଣ କରିବେ । ବିଦ୍ୟାର୍ଥୀ ପେନ ଏବଂ ପେପର ମୋଡରେ ଏହି ପରୀକ୍ଷା ଦେବେ । ମେଡିକାଲ ପ୍ରବେଶିକା ପରୀକ୍ଷାରେ ବସିବାକୁ ହେଲେ ବିଦ୍ୟାର୍ଥୀଙ୍କ ସର୍ବନିମ୍ନ ବୟସ 17 ଏବଂ ସର୍ବାଧିକ ବୟସ 25 ବର୍ଷ ବୟସ ହୋଇଥିବ। ଯୁକ୍ତ 2 ବିଜ୍ଞାନରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପାସ କରିଥିବେ ବିଦ୍ୟାର୍ଥୀ। ଏହି ପରୀକ୍ଷା 11ଟି ଭାଷାରେ ହେବ । ଇଂଲିଶ, ହିନ୍ଦୀ, ଓଡ଼ିଆ, ଆସାମୀ, ଗୁଜରାଟି, ବେଙ୍ଗଲୀ, ମରାଠୀ, କନ୍ନଡ, ତେଲୁଗୁ, ତାମିଲ ଏବଂ ଉର୍ଦ୍ଦୁ ଭାଷାରେ ପରୀକ୍ଷା ହେବ। ବିଦ୍ୟାର୍ଥୀ ଯେଉଁ ଭାଷାରେ ପରୀକ୍ଷା ଦେବେ ଆବେଦନପତ୍ରରେ ତାହା ଉଲ୍ଲେଖ କରିବେ ।