
ଭୁବନେଶ୍ୱର, ୧୩/୦୩/୨୧(ଜିଲ୍ଲା ଖବର) : ଇଂଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର। ଇଂଜିନିୟରିଂ ଓ ପଲିଟେକନିକ ପିଲାଙ୍କ ହଷ୍ଟେଲ ଫି ଛାଡ଼ ହୋଇଛି। କରୋନା ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ଼ କରିଛନ୍ତି ସରକାର। 2020 ଏପ୍ରିଲରୁ 2020 ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ। ପ୍ରାୟ 1ଲକ୍ଷ 70 ହଜାର 12 ଜଣ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା ହୋଇଛି। ତେବେ କରୋନା କାଳରେ ହଷ୍ଟେଲରେ ପିଲାମାନେ ରହିନଥିଲେ, ତେଣୁ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।


