Home ଆଞ୍ଚଳିକ ସଙ୍କଟରେ ସହରର ଜୀବନ ରେଖା ପାନପୋଷ ବ୍ରାହ୍ମଣୀ ସେତୁ

ସଙ୍କଟରେ ସହରର ଜୀବନ ରେଖା ପାନପୋଷ ବ୍ରାହ୍ମଣୀ ସେତୁ

77

ସୁନ୍ଦରଗଡ,୧୩/୦୩/୨୧(ଜିଲ୍ଲା ଖବର) : ପୁଣିଥରେ ସଙ୍କଟରେ ସହରର ଜୀବନ ରେଖା ପାନପୋଷ ବ୍ରାହ୍ମଣୀ ସେତୁ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରତି ଦେଖାଦେଇଛି ସାଙ୍ଘାତିକ ବିପଦ । ଗୋଟେ ପଟେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଦ୍ୱିତୀୟ ବ୍ରାହ୍ମଣୀ ସେତୁର କାର୍ଯ୍ୟ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣର ଅବହେଳା ଯୋଗୁଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନି । ଅନ୍ୟପଟେ ବିଭିନ୍ନ ସମୟରେ ସେତୁରେ ଗାତ ସୃଷ୍ଟି ହେବାର ନଜର ରହିଛି । କିନ୍ତୁ ଗତକାଲି କିଛି ସ୍କୁଲ ପିଲା ଭିଡିଓ ସୁଟ ପାଇଁ ପୋଲ ନିକଟକୁ ଯାଇଥିବାବେଳେ ଦେଖିବାକୁ ମିଳିଥିଲା ଭୟଙ୍କର ଦୃଶ୍ୟ । ଯାହାର ଭିଡିଓ ଅର୍ଗସ ହାତରେ ଲାଗିଛି । ପୋଲ ତଳୁ କଂକ୍ରିଟ ସଦୃଶ ଖଣ୍ଡମାନ ଭାଙ୍ଗି ନଦୀରେ ପଡୁଥିବାର ଦୃଶ୍ୟ ଭିଡିଓରେ ସାମ୍ନାକୁ ଆସିଛି । ପ୍ରତ୍ୟେକ ଦିନ ହଜାର ହଜାର ଭାରିଯାନ ସହ ଲୋକମାନେ ପୋଲ ଉପରେ ଯାତାୟତ କରୁଛନ୍ତି । ସୋସିଆଲ ମିଡ଼ିଆରେ ଏହା ଭାଇରଲ ହେଲା ପରେ ଲୋକଙ୍କ ମନରେ ଖେଳି ଯାଇଛି ଭୟର ବାତାବରଣ । ତୁରନ୍ତ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।