Home ଆଞ୍ଚଳିକ ପୁରୀ ଜିଲ୍ଲା ସ୍କୁଲକୁ ଅଚାନକ ଗସ୍ତ କଲେ ଗଣଶିକ୍ଷା ମନ୍ତ୍ରୀ

ପୁରୀ ଜିଲ୍ଲା ସ୍କୁଲକୁ ଅଚାନକ ଗସ୍ତ କଲେ ଗଣଶିକ୍ଷା ମନ୍ତ୍ରୀ

53

ପୁରୀ, ୧୩/୦୩/୨୧(ଜିଲ୍ଲା ଖବର) : ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ପୁରୀ ଜିଲ୍ଲା ସ୍କୁଲକୁ ଅଚାନକ ଗସ୍ତ କରିଛନ୍ତି । ଗସ୍ତ ସମୟରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ମନ୍ତ୍ରୀ ଜାଣିବା ପରେ ଅସନ୍ତୋଷ ଜାହିର କରିଥିଲେ । ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଗୋଟିଏ ଦିନର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ପୁରୀ ଜିଲ୍ଲା ସ୍କୁଲରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ନୂତନ ଢାଞ୍ଚାରେ ପରୀକ୍ଷା କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଯେଉଁ ପରୀକ୍ଷା ଜାନୁଆରୀ, ଫେବୃଆରୀ ମାସରେ ହୋଇନାହିଁ ସେ ସମସ୍ତ ପରୀକ୍ଷା ମାର୍ଚ୍ଚ ମାସରେ ନୂତନ ଢାଞ୍ଚାରେ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧୀକାରୀମାନେ ନୂଆ ପ୍ରଣାଳୀରେ ପରୀକ୍ଷା କରିବା ଓ ଏହାକୁ ତଦାରଖ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ନୂଆ ପରୀକ୍ଷା ଢାଞ୍ଚାକୁ ବୋର୍ଡର ୱେବସାଇଟରୁ ଦେଖି ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଇଛନ୍ତି ।