
ବ୍ରହ୍ମପୁର,୧୩/୦୩/୨୧(ଜିଲ୍ଲା ଖବର) : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଗାଁରେ ପୁଣି ଏକ ବଡ଼ଧରଣର ଚୋରୀ ଅଭିଯୋଗ। ରାତି ପ୍ରାୟ ତିନିଟା ବେଳେ ସୀମାଞ୍ଚଳ ସାସମଲଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ । ଲୁଟେରା ମାନେ କୌଶଳ କ୍ରମେ ବାରି ପଟୁ ଗେଟ ତାଡି ଘର ଭିତରେ ପଶି ଆସିଥିଲେ । ରାତିରେ ଘରେ ସମସ୍ତ ସୋଇଥିବା ବେଳେ ଘରୁ ତିନି ତିନିଟା ଆଲମୀରା ଭାଙ୍ଗି ପ୍ରାୟ ଦୁଇଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା, ନଗଦ 50 ହଜାର ଟଙ୍କା ସହ କିଛି ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଲୁଟେରା ଚୋରି କରି ନେଇଥିବା ଜଣା ପଡିଛି। ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


