Sunday, November 15, 2026
Home ଆଞ୍ଚଳିକ ସମ୍ବଲପୁର ବୁର୍ଲା ଭିସୁଟରେ 16ରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ

ସମ୍ବଲପୁର ବୁର୍ଲା ଭିସୁଟରେ 16ରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ

8

ଭୁବନେଶ୍ୱର,୧୩/୦୩/୨୧(ଜିଲ୍ଲା ଖବର) : ଆସନ୍ତା 16 ତାରିଖରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ କ୍ଲାସ। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ସମସ୍ତ ସେମିଷ୍ଟାର ଓ କ୍ଲାସକୁ ବାତିଲ କରାଯାଇଥିଲା। ଭିସୁଟର ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ କ୍ଲାସ ଓ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ ଦେବା ପାଇଁ ଭିସୁଟ କୁଳପତି ନିର୍ଦ୍ଧେଶ ଦେଇଥିଲେ । ପରବର୍ତୀ ସମୟରେ  ଭିସୁଟରେ କରୋନା ହ୍ରାସ ପାଇଥିବା ଯୋଗୁଁ ପୁଣିଥରେ ଅଫଲାଇନରେ ଆରମ୍ଭ ହେବ କ୍ଲାସ। ଆସନ୍ତା 16 ତାରିଖ ଠାରୁ କ୍ଲାସ ହେବ । ଭିସୂଟର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀ ଅଫଳାଇନରେ କ୍ଲାସ କରିବେ। ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସେମିଷ୍ଟାରରୁ 10ମ ସେମିଷ୍ଟାର ପର୍ଯ୍ୟନ୍ତ ସମସ୍ତ ପ୍ରାକଟିକାଲ, ସେସନ କ୍ଲାସ, ଥେଓରି କ୍ଲାସ, ଡ୍ରଇଂଙ୍ଗ କ୍ଲାସ ଅଫଲାଇନରେ ହେବ ।