Thursday, November 12, 2026
Home ଆଞ୍ଚଳିକ ଦ୍ୱିତୀୟଶ୍ରେଣୀ କୋଚରେ ଖୋର୍ଦ୍ଧାରୋଡ ଷ୍ଟେସନଠାରୁ ବିହାରକୁ ୨୦୮ଟନ୍ ମୃଦୁପାନୀୟ ପରିବହନ

ଦ୍ୱିତୀୟଶ୍ରେଣୀ କୋଚରେ ଖୋର୍ଦ୍ଧାରୋଡ ଷ୍ଟେସନଠାରୁ ବିହାରକୁ ୨୦୮ଟନ୍ ମୃଦୁପାନୀୟ ପରିବହନ

140

ଖୋର୍ଦ୍ଧା,୧୨/୦୩(ଜିଲ୍ଲା ଖବର) : ପ୍ରଥମଥରଲାଗି ଖୋର୍ଦ୍ଧାରୋଡ ରେଳଷ୍ଟେସନଠାରୁ ୨୦୮ଟନ ମୃଦୁପାନୀୟ ପରିବହନ ପୁର୍ବତଟ ରେଳପଥର ସ୍ୱତନ୍ତ୍ର ଏକ ଗୈାରବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି । ଖୋର୍ଦ୍ଧାରୋଡ ରେଳମଣ୍ଡଳ ଦ୍ୱାରା କୋଚିଂ ଟ୍ରେନ ମାଧ୍ୟମରେ ମୃଦୁ ପାନୀୟ ପରିବହନ କରିଛି । ଖାଉଟିମାନଙ୍କ ଆବଶ୍ୟକ ଏବଂ ହୋଲସେଲରମାନଙ୍କ ସହଯୋଗକୁ ଦୃଷ୍ଟିରେ ରଖି କୋଚିଂ ଟ୍ରେନର ରେକ୍ ବ୍ୟବହାର କରି ଏହି ମୃଦୁ ପାନୀୟ ପରିବହନ ରେଳପଥର ନିଆରା ପ୍ରକ୍ରୀୟା ବୋଲି କୁହାଯାଇଛି । ଖୋର୍ଦ୍ଧାରୋଡ ଷ୍ଟେସନଠାରୁ ବିହାର କୋକୋ-କୋଲା ବେଭାରଜ ସାମଗ୍ରୀକୁ ସମ୍ପୁର୍ଣ୍ଣରେକ୍ ଜେନେରାଲର ଦ୍ୱିତୀୟଶ୍ରେଣୀ କୋଚ ପରିବହନ କରି ମାଲ ପରିବହନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଯାଇଛି । ବ୍ୟବସାୟ ବିକାଶ ୟୁନିଟ(ବିଡିୟୁ)ର ଏକ ନୂତନ ପଦକ୍ଷେପ ଅନୁଯାୟୀ ପ୍ରଥମଥର ପାଇଁ ୨୦୮ଟନ କୋକା-କୋଲା ପାନୀୟ ସାମଗ୍ରୀ ୨୦ଟି ଜିଏସ୍ କୋଚ୍ ଏବଂ ଦୁଇଟି ସ୍ଲିପର କମ୍ ଲଗେଜ ରେକ୍‌କୁ ନେଇ ଜେନେରାଲ ଦ୍ୱିତୀୟଶ୍ରେଣୀ କୋଚ୍ ଟ୍ରେନର ସମ୍ପୁର୍ଣ୍ଣବଗି ଲୋଡ କରାଯାଇଥିଲା । ଏହା ପୁର୍ବରୁ କେନ୍ଦ୍ରୀୟ ରେଳପଥର ଦାନପୁର ରେଳମଣ୍ଡଳର ଫାଟୱା ରେଳଷ୍ଟେସନକୁ ପରିବହନ କରି ଚର୍ଚ୍ଚିତ ହୋଇଥିଲା । ମାହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳବିଭାଗ ପକ୍ଷରୁ ସ୍ୱଳ୍ପ ସଂଖ୍ୟକ ଟ୍ରେନ ଚଳାଚଳ କରୁଛି । ତେବେ ଏହି ସ୍ୱଳ୍ପ ସଂଖ୍ୟକ ଟ୍ରେନ ଚଳାଚଳ ମଧ୍ୟରେ ମାଲ ପରିବହନ ଏବଂ ଦ୍ୱିତୀୟଶ୍ରେଣୀ କୋଚ୍ ବ୍ୟବହାର କରାଯିବା ଏକ ମାଲପରିବହନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ବୋଲି କହିଛନ୍ତି ।
ରୀପୋର୍ଟ,ସଞ୍ଜୀବ କୁମାର