
ବାଲିଗୁଡା,୧୨/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତି ମେଣ୍ଡି ପଞ୍ଚାୟତ ଜାତୀୟ ରାଜପଥରେ ଏକ ହିରୋହୋଣ୍ଡା ମୋଟର ସାଇକଲ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତହୋଇଛି | ମୋଟର ସାଇକଲ ର ନମ୍ବର 0R 07 H 4409 ଥିବା ଜଣାପଡିଛି | ବାଇକ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଦୂତିମେଣ୍ଡୀ ଗ୍ରାମବାସୀ ଖଜୁରୀପଡ଼ା ଅଗ୍ନିଶ୍ରମ ବିଭାଗ କୁ ଫୋନ୍ ରେ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳରେ ଦମକଳ ବିଭାଗ ପହଞ୍ଚି ଗୁରୁତର ବାଇକ ଚାଳକଙ୍କୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।


