Tuesday, November 17, 2026
Home ଆଞ୍ଚଳିକ ବରଗାଁ ପଞ୍ଚାୟତରେ ମୋ ତହସିଲ୍ କାର୍ଯ୍ୟକ୍ରମ

ବରଗାଁ ପଞ୍ଚାୟତରେ ମୋ ତହସିଲ୍ କାର୍ଯ୍ୟକ୍ରମ

75

ଆସିକା,୧୨/୦୩(ଜିଲ୍ଲା ଖବର) : ଆସିକା ବ୍ଳକ ବରଗାଁ ଠାରେ ଅନୁଷ୍ଠିତ ହୋଇ ଯାଇଛି ମୋ ତହସିଲ କାର୍ଯ୍ୟକ୍ରମ।ବରଗାଁ ସମିତି ସଭ୍ୟ ଶିବ ନାହାକଙ୍କ ନେତୃତ୍ବକ୍ରମେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଆସିକା ତହସିଲଦାର ଶ୍ରୀ ସଦାନନ୍ଦ ସେଠୀ ପହଞ୍ଚି ପଞ୍ଚାୟତରେ ଥିବା ଜମିଜମା ସମ୍ବନ୍ଧିୟ ସମସ୍ୟା ଗୁଡିକୁ ସମାଧାନ କରିବା ସହିତ ଘରପଟ୍ଟା ଓ ଅନ୍ୟାନ୍ୟ ଦରକାରୀ ପ୍ରମାଣପତ୍ର ଗୁଡିକୁ ଜରୁରୀକାଳୀନ ଭିତ୍ତିରେ ପ୍ରଦାନ କରାଯାଇ ଅଛା।ରାଜୀବଗାନ୍ଧି ସେବାକେନ୍ଦ୍ର ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ଜନ ସାଧାରଣ ନିଜ ସମସ୍ୟା ଓ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ତହସିଲଦାରଙ୍କୁ ଦରଖାସ୍ତ ମାଧ୍ୟମରେ ଆବେଦନ କରିଥିଲେ।ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।ବରଗାଁ ସମିତି ସଭ୍ୟ ଶିବ ନାହାକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଜନ ସାଧାରଣଙ୍କ ଥିବା ସମସ୍ୟା ଗୁଡିକର ସମାଧାନ ନିମନ୍ତେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଂଗନୱାଡି କର୍ମୀ ଓ ପଞ୍ଚାୟତର କର୍ମୀ ମାନେ ଉପସ୍ଥିତ ଥିଲେ।