
ବ୍ରହ୍ମପୁର, ୫/୧୦ (ବିଚିତ୍ର ସାହୁ ): ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି । ଜିଲା ପ୍ରଶାସନ ପାଖରେ ଉପସ୍ଥାପିତ କରି ତାର ତୁରନ୍ତ ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଇଞ୍ଜିନିୟରିଙ୍ଗ ଛକ ଠାରୁ ଶିଳ୍ପାଞ୍ଚଳ ଓଭରବ୍ରିଜ଼କୁ ତୁରନ୍ତ ଲୋକାର୍ପଣ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି ।
ଇଞ୍ଜିନୟରିଙ୍ଗ ସ୍କୁଲ ଠାରୁ ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ରାସ୍ତାରେ ନିୟମିତ ଦୁର୍ଘଟଣା ଓ ରେଳ ଫାଟକକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ପୂର୍ବେ ଓଭର ବ୍ରିଜ଼ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ବ୍ୟବହାର କରାଯାଉ ନାହିଁ । ସେହି ରାସ୍ତାର ଅବସ୍ଥ ଶୋଚନୀୟ ହୋଇ ପଡ଼ିଥିବାରୁ ନିୟମିତ ଦୁର୍ଘଟଣା ମାନ ଘଟି ଚାଲିଛି ।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅନୁଷ୍ଠିତ ସ୍ମାରକପତ୍ର ପ୍ରଦାନ ସମୟରେ ଟି. ସତୀଶ କୁମାର ପାତ୍ର, ଡ଼ଃ ଗୁଣାକାର ରଥ, ଜୟରାମ ମହାରଣା, କାଳି ଦାସ, ମାନସ ଦାସ, ସନ୍ତୋଷ କୁମାର ପାଢି, ଶ୍ରୀମତୀ ସରିତା ପଣ୍ଡା , ପ୍ରମୁଖ ପ୍ରତିନିଧି ମାନେ ଯୋଗଦେଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କ ଦାବିପତ୍ର ପ୍ରଦାନ କରିଥିଲେ ।



