
ବିଷମକଟକ,୧୨/୦୩(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ଥାନା ର କାର୍ଯ୍ୟ ରତ କନେଷ୍ଟବଳ ଗୈରୀ ସାହୁ ଙ୍କୁ ସଫଳ କାର୍ଯ୍ୟ ଦକ୍ଷତା ପାଇଁ ବିଷମକଟକ ଥାନା ଅଧିକାରୀ ଶ୍ରୀ ଯସୋବନ୍ତ ହିଆଲ ପୁରଷ୍କୃତ କରିଛନ୍ତି। ଗତ ତିନି ମାସ ମଧ୍ୟରେ ଗୈରୀ ସାହୁ ବିଷମକଟକ ସହର ଦେଇ ବିଭିନ୍ନ ସମୟରେ ଚାଲାନ ହେଉଥିବା ଗଞ୍ଜେଇ ଗାଡି କୁ ସାହାସିକତା ର ସହ ଅଟକାଇ ଥାନା କୁ ଆଣୁଥିଲେ। ଅପରାଧି ମାମଲାରେ ଥିବା ବ୍ୟକ୍ତି ମାନଙ୍କୁ ଚତୁରତାର ସହିତ ଠାବ କରି ଗିରଫ କରିବା ରେ ସଫଳ ଭୂମିକା ନିଭାଇଥିଲେ। ଏବଂ ଗୈରୀ ସାହୁ ଙ୍କର ବିଭିନ୍ନ କାର୍ଯ୍ୟ ରେ ସେ ତାଙ୍କ ନିଷ୍ଟା ର ସହ ତୁଲାଇ ଛନ୍ତି। କିଛି ଦିନ ତଳେ ଚକାପାଦ ଆଶ୍ରମ ର ବାବା ଙ୍କୁ ଜୀବନରେ ମାରିଦେବା ଧମକ ଦେଇ ଥିବା ବ୍ୟକ୍ତି ଙ୍କୁ ବହୁ ଅଳ୍ପ ସମୟ ମଧ୍ୟରେ ଚାଟିକଣା ପଚାୟତ ର ବାରିଗୁଡା ଗ୍ରାମରୁ ଗିରଫ କରିବାରେ ସକ୍ଷମ ହୋଇ ଥିବାରୁ ତାଙ୍କୁ ଉଛାଇତ କରିବାପାଇଁ ଫୁଲବାଣୀ ଏସ୍ପି ଏବଂ ରାୟଗଡ଼ା ଏସ୍ପି ଙ୍କ ତରଫରୁ ନଗଦ ରାସି ପୁରଷ୍କୃତ କରାଯାଇଛି। ଏହି ନଗଦ ରାଶି ବିଷମକଟକ ଥାନାର ଏକ ସୋଚଟ୍ ଥାନାଧିକାରୀ ଶ୍ରୀ ଯସୋବନ୍ତ ହିଆଲ ଗୈରୀ ସାହୁ ଙ୍କୁ ଆଜି ପ୍ରଦାନ କରିଛନ୍ତି। ବିଷମକଟକ ଥାନା ର ସମସ୍ତ ଅଧିକାରୀ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଜଣାଉଛି।
ବିଷମକଟକ ପ୍ରସନ କୁମାର ପଣ୍ଡା।



