Sunday, November 15, 2026
Home ଆଞ୍ଚଳିକ ମୃତ୍ୟୁ କୁ ଅନାଇ ବସିଛନ୍ତି ସୁରେନ୍ଦ୍ର

ମୃତ୍ୟୁ କୁ ଅନାଇ ବସିଛନ୍ତି ସୁରେନ୍ଦ୍ର

289

ଖୋର୍ଦ୍ଧା,୧୧/୦୩(ଜିଲ୍ଲା ଖଵର) : ଜଟଣୀ ବ୍ଲକ ବେଣାପଂଜରୀ ଗ୍ରାମପଞ୍ଚାୟତ ବୁଢାଗଂରାର ସୁରେନ୍ଦ୍ର ମହାରଣା କ୍ୟାନ୍ସରରେ ପୀଡ଼ିତ ହୋଇ ରୋଗ ଶଯ୍ୟାରେ। ଔଷଧ କିଣିବାକୁ ପାଖରେ ପଇସା ନାହିଁ । ଘରର ରୋଜଗାରକ୍ଷମ ବ୍ୟକ୍ତି ଏବେ ଶଯ୍ୟାଶୟୀ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ସୁରେନ୍ଦ୍ର ମୂଲ ମଜୁରି ଲାଗି ସେ ପରିବାର ପ୍ରତିପୋଷଣ କରୁଥିଲେ । କର୍କଟ ରୋଗରେ ପୀଡ଼ିତ ସୁରେନ୍ଦ୍ର ଏବେ ଘରେ ପଡ଼ି ରହିଛନ୍ତି । ବ୍ୟୟ ବହୁଳ କର୍କଟ ରୋଗର ଚିକିତ୍ସା ପାଇଁ ପତ୍ନୀ ଧାରକରଜରେ ବୁଡ଼ି ଯାଇଛନ୍ତି । ଏବେ ଔଷଧ କିଣିବାକୁ ପାଖରେ ଟଙ୍କାଟିଏ ନାହିଁ । ହେଲେ ଏ ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ପାଇପାରି ନାହାନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି!

ରୀପୋର୍ଟ,ସଞ୍ଜୀବ କୁମାର