
ଖୋର୍ଦ୍ଧା,୧୧/୦୩(ଜିଲ୍ଲା ଖବର) : ଖୋଦ୍ଧା ଓ ଜଟଣୀ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶୈବ ପାଠରେ ଜାଗର ଯାତ୍ରା କୋରିତ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି! ମହା ଶିବରାତ୍ରି ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ ରହି ମଧ୍ୟରାତ୍ର ରେ ମହାଦୀପ ଦର୍ଶନ କରି ଜାଗର ପାଳନ କରିଲେ ଦେବ ଦେବ ମହାଦେବ ତାର ମାନସିକ ପୁର୍ଣ୍ଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପୌରାଣିକ କିମ୍ବଦନ୍ତି ଅନୁଯାୟୀ ସମୁଦ୍ର ମନ୍ଥନରେ ବାହାରିଥିବା ହଳାହଳ ବିଷକୁ ଆଜି ମହାଦେବ ପାନ କରି ଶୋଇ ରହିଥିଲେ । ସମସ୍ତ ଦେବତା ମାନେ ମହାଦେବଙ୍କୁ ଜଗି ରହିଥିଲେ । ଏହି କିମ୍ବଦନ୍ତିକୁ ଆଧାର କରି ଲୋକେ ଆଜିର ଦିନରେ ଜାଗର ପାଳନ କରୁଥାନ୍ତି । ତେବେ ପ୍ରତିବର୍ଷ ଏହି ଶିବରାତ୍ର କୁ ଧୁମ୍ ଧାମ୍ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣା ମାନି ଶିବରାତ୍ର ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୁହଁ ରେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରଖି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି ।ରାତି ୧୦ଟାରେ ବିଭିନ୍ନ ପୀଠରେ ମହାଦୀପ ଉଠିଥିଲା । ମନ୍ଦିର ବାହାରେ ଜାଗର ଜାଳିଲେ ଶ୍ରଦ୍ଧାଳୁ ।
ରୀପୋର୍ଟ,ସଞ୍ଜୀବ କୁମାର


