
ବାଲିଗୁଡା,୧୧/୦୩{ ସୁକାନ୍ତ କୁମାର ତ୍ରିପାଠୀ } : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଲିଗୁଡା 2020 ଓ 2021ଶିକ୍ଷାବର୍ଷ ପାଇଁ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି | ବୃତ୍ତି ପରୀକ୍ଷା ରେ ମୋଟ 6 ଜଣ ଛାତ୍ର ଛାତ୍ରୀ ବୃତ୍ତି ଲାଭକରିଅଛନ୍ତି | ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଶ୍ରୀମାନ ଦୁର୍ଗାଦତ୍ତ ଷଢଙ୍ଗୀ,ପ୍ରତ୍ୟୁଷ ମହାକୁଡ ଓ ସୃଶ୍ରୀ ସରୋଜିନୀ ବେହେରା ବୃତ୍ତି ଲାଭ କରିଥିଲା ବେଳେ ପଞ୍ଚମ ଶ୍ରେଣୀ ର ଆଦ୍ୟାଶା ବନଢ଼ୋର, ସାଇରାଜ ବିଶ୍ୱାଳ ଓ ନିବୃତ୍ତି ପ୍ରଧାନ ବୃତ୍ତି ଲାଭକରିଅଛନ୍ତି | ଛାତ୍ର ଛାତ୍ରୀ ଙ୍କର ଏହି ସଫଳତା ରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟା, ଆଚାର୍ଯ୍ୟ ଆଚାର୍ଯ୍ୟା,ପରିଚାଳନା ସମିତିଙ୍କ ସମସ୍ତ ସଦସ୍ୟ ବୃନ୍ଦ ଶୁଭେଚ୍ଛା ଜଣାଇବା ସହିତ ଈଶ୍ୱରଙ୍କ ନିକଟରେ ଉର୍ନ୍ନତି କାମନା କରିଛନ୍ତି |


