
ବାଲିଗୁଡା,୧୧/୦୩{ ସୁକାନ୍ତ କୁମାର ତ୍ରିପାଠୀ } : ମହାମାରୀ କରୋନାକୁ ନେଇ ଜ଼ିଲ୍ଲାପ୍ରଶାସନ ନିର୍ଦେଶନାମା ଜାରି କରିଛନ୍ତି ଯେ ମନ୍ଦିର ଗୁଡିକ ଜନ ସମାଗମ ହେବନି କିମ୍ବା କୌଣସି ଦୀପ ପ୍ରଜ୍ଜଳନ ହେବନାହିଁ ସ୍ୱଳ୍ପ ସଂଖ୍ୟକ ଭକ୍ତ ଦେବାଳୟକୁ ଯାଇ ଦର୍ଶନ କରିପାରିବେ କୌଣସି ପ୍ରକାର ଯାନୀ ଯାତ୍ରା ହୋଇପାରିବ ନାହିଁ ଏହାକୁ ତୀବ୍ର ବିରୋଧ କରିଛି କନ୍ଧମାଳ ବିଜେପି l ବିଜେପିର ଏକ ପ୍ରତିନିଧି ଦଳ ବାଲିଗୁଡା ଉପ ଜ଼ିଲ୍ଲାପାଳଙ୍କୁ ଗତକାଲି ଦାବୀ ପତ୍ର ପ୍ରଦାନ କରିଛି l ଭାରତୀୟ ଜନତା ଦଳର ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ କହିବା କଥା ଯେ ଗତ ମାର୍ଚ୍ଚ ତାରିଖ ଦିନ ଜ଼ିଲ୍ଲାପ୍ରଶାସନ ହଜାର ହଜାର ଲୋକଙ୍କୁ ନେଇ ପଂଚାୟତ ରାଜଦିବସ ଓ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇ ଥିବା ବେଳେ ମାର୍ଚ୍ଚ ଏଗାର ତାରିଖ ମହା ଶିବରାତ୍ରିକୁ କାହିଁକି ବାରଣକରିଛି ଯାହା ଲକ୍ଷ ଲକ୍ଷ ହିନ୍ଦୁ ଧର୍ମୀୟ ଭାବନା ପ୍ରତିକୁଠାର ଘାତ କରିଛି ଏହା ପୁନଃ ବିଚାର କରି ମନ୍ଦିର ଖୋଲିବା ସହ ଯାତ୍ରା ପାଳନ ପାଇଁ ଅନୁମତି ଦେବାକୁ ଦୃଢ ଦାବୀକରିଛି l ଏନେଇ ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟଳୟ ରେ ବାଲିଗୁଡା ବିଜେପି ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି |ଏଥିରେ ବିଜେପି ରାଜ୍ୟ କାର୍ଯ୍ୟ କାରଣୀ ସଦସ୍ୟ ପଦ୍ମ ଦାସ, ନଗର ସାଧାରଣ ସମ୍ପାଦକ ଆଦିକନ୍ଧ ପଟନାୟକ,ଅନିଲ କୁମାର ଦାସ ସୁରେନ୍ଦ୍ର ପାତ୍ର ସୁବାଶିଷ ମିଶ୍ର,, ଅନ୍ତରା ବେହେରା, ରମଣ ପ୍ରଧାନ, ପ୍ରମୁଖ ଉପଜିଲ୍ଲାପାଳ କାର୍ଯ୍ୟଳୟ ରେ ପ୍ରଦାନ କରି ଥିଲେ |


