
ଭଦ୍ରକ,୧୦/୦୩/୨୧(ଜିଲ୍ଲା ଖବର) : ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି । କିନ୍ତୁ ଧାନ ନେଉ ନାହିଁ ସେବା ସମବାୟ ସମିତି । ତା ସହ କଟନୀ ଛଟନି ସମସ୍ୟାକୁ ନେଇ ତାତିଲେ ଚାଷୀ । ୫୩ ନଂ ରାଜ୍ୟ ରାଜପଥ ଉପରେ ଧାନ ଢାଳି ରାସ୍ତା ରୋକ କଲେ ଚଷୀ । ସୂଚନା ଯୋଗ୍ୟ ଯେ, ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ଗଣିଜାଙ୍ଗ ବଜାରଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ । ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ ଆସିଛି । ଚାଷୀଙ୍କ କହିବା କଥା ଯେ ଟୋକନ ମିଳିଥିଲେ ମଧ୍ୟ ଟୋକାନର ଅବଧି ସରିଯାଇଛି ହେଲେ ଧାନ କିଣୁନାହଁ ସେବା ସମବାୟ ସମିତି । ଯାହାକି ବିଳମ୍ବ ହେଉଛି । ଦଲାଲଙ୍କୁ ପ୍ରଶ୍ରୟ ଦେଇ ସମବାୟ ସମିତି ସେମାନଙ୍କ ଠାରୁ ଧାନ କିଣୁଛନ୍ତି । କିନ୍ତୁ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । କଟନି ଛଟନିର ମଧ୍ୟ ସମସ୍ୟା ରହିଛି । ତେବେ ଏବେ ସମସ୍ୟାକୁ ନେଇ ଚାଷୀମାନେ ରାସ୍ତାରେ ଧାନ ଢାଳି ଅବରୋଧ କରିଛନ୍ତି । ଯାତାୟାତ ବାଧା ପ୍ରାପ୍ତ ହେବା ସହ ଉଭୟ ପାର୍ଶ୍ଵରେ ଗାଡି ଗୁଡିକ ଅଟକି ରହିଛି । ରାସ୍ତା ଅବରୋଧ ଥିବାରୁ, ଯାତ୍ରୀମାନେ ଯିବା ଆସିବାରେ ହଇରାଣର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି ।



